Latest Odisha News

BREAKING NEWS

ମାଲକାନଗିରି ଦୁଷ୍କର୍ମ ଘଟଣାରେ ରାଜ୍ୟ ମାନବାଧିକାରଙ୍କ ପାଖରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର : ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଆଜି ରାଜ୍ୟ ମାନବାଧିକାରଙ୍କୁ ଭେଟିଛିି ରାଜ୍ୟ ବିଜେପି ।

ଘଟଣାକୁ ଦେଢ ମାସ ବିତି ଯାଇଥିଲେ ସୁଦ୍ଧା ଏ ଯାଏଁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନାହିଁ । ଘଟଣାରେ ମାନବାଧିକାର କମିଶନ ହସ୍ତକ୍ଷେପ କରି ଦୋଷୀକୁ ଉଚିିତ୍ ଦଣ୍ଡ ଦେବା ଆଦି ତିନି ଦଫା ଦାବିରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଡକ୍ଟର ଲେଖାଶ୍ରୀ ସାମନ୍ତରାୟଙ୍କ ନେତୃତ୍ୱରେ ଏକ ଟିମ୍ କମିଶନକୁ ଦାବି ଜଣାଇଛନ୍ତି । ଏହି ଘଟଣାରେ ପୀଡିତାର ପରିବାରକୁ ଉଚିତ୍ ନ୍ୟାୟ ସହ ଅନୁକମ୍ପା ରାଶି ପ୍ରଦାନ କରାଯାଉ ବୋଲି ଦାବି କରାଯାଇଥିଲା ।

ପ୍ରତିନିଧି ମଣ୍ଡଳୀଙ୍କଠାରୁ ସବୁ ଶୁଣିବା ପରେ ତୁରନ୍ତ ପୀଡିତାଙ୍କ ସମ୍ପର୍କୀୟଙ୍କୁ ନ୍ୟାୟ ସହ ଅନୁକମ୍ପା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହବ ୧୦ ଦିନ ଭିତରେ ପୋଷ୍ଟ ମର୍ଟମ ରିପୋର୍ଟକୁ ଓଏଚ୍‌ଆରସିଙ୍କ ନିକଟରେ ଦାଖଲ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ୭ ତାରିଖରେ ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ମାଲକାନଗିରି ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଉଥିବା ବେଳେ ତାଙ୍କର ରାସ୍ତାରେ ମୃତ୍ୟୁ ହୋଇଥିଲା । ତାଙ୍କ ଦେହରେ କ୍ଷତ ବିକ୍ଷତ ଥିବାରୁ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ତାଙ୍କ ସ୍ୱାମୀ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.