Latest Odisha News

କନ୍ଧମାଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ; ୪ କ୍ୟାଡର ମାଓବାଦୀ ନିହତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ଫରେଷ୍ଟ ଅଞ୍ଚଳ ନିକଟରେ ପୋଲିସ-ମାଓବାଦୀ ଗୁଳି ବିନିମୟ ହୋଇଛି। ଯାହାଫଳରେ ୪ ଜଣ କ୍ୟାଡର ମାଓବାଦୀ ନିହତ ହୋଇଥିବା ନେଇ ଓଡିଶା ପୋଲିସ ପକ୍ଷରୁ ସୂଚନା ମିଳିଛି।

ପ୍ରାପ୍ତ ସୂଚନାନୁଯାୟୀ ଆଜି ସକାଳ ସମୟରେ ମାଓବାଦୀ ମାନେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ନିକଟରେ ଏକତ୍ର ଥିବା ସୂଚନା ପାଇବା ପରେ ଜିଲ୍ଲା ପୋଲିସ ଡିଭିଏଫ (ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟାରୀ ଫୋର୍ସ) ଓ ଏସ୍ଓଜି (ସ୍ପେଶାଲ ଅପରେସନ ଗ୍ରୁପ) ଯବାନ ମାନେ ମିଳିତ ଭାବେ ଚଢାଉ କରିଥିଲେ।

ଆଜି ସକାଳ ପ୍ରାୟ ୬ଟା ୩୦ମି. ସମୟରେ ଏହି ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ମାଓବାଦୀ ଓ ପୋଲିସଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯାହାଫଳରେ ୪ କ୍ୟାଡର ମାଓବାଦୀ ନିହତ ହୋଇଥିଲେ। ଏପରିକି ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ସୂଚନା ମିଳିଛି।

ଏହି ମାଓବାଦୀ ମାନେ ବଂଶଧାରା-ଘୁମୁସର-ନାଗାବଳୀ (ବିଜିଏନ୍) ଗ୍ରୁପର ସଦସ୍ୟ। ଏହାଛଡା ଉକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଜାରି ରହିଥିବା ନେଇ ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.