Latest Odisha News

ବିହାର ଓ ଉତ୍ତରପ୍ରଦେଶର ବଜ୍ରାଘାତ ନେଲା ୪୬ ଜୀବନ

ପାଟଣା: ବିହାର ଓ ଉତ୍ତରପ୍ରଦେଶରେ ଆକାଶରୁ ଖସିଲା ମୃତ୍ୟୁ ନେଲା ୪୬ ଜଣଙ୍କ ଜୀବନ। ଏହାସହ କିଛି ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଶନିବାର ଏହି ଦୁଇ ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ତୋଫାନ ଓ ବଜ୍ରପାତ ହୋଇଥିଲା। ତେବେ ବଜ୍ରପାତ ଯୋଗୁ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ୨୩ଜଣଙ୍କ ମୃତ୍ୟୁ ସହ ୨୯ଜଣ ଆହତ ହୋଇଛନ୍ତି। ଏହି ବଜ୍ରାଘାତରେ ଆହ୍ଲାବାଦର ୮ଜଣ, ମୀର୍‌ଜାପୁର୍‌ର ୬ଜଣ, କୁଶାମ୍ବିର ୨ଜଣ, ଭଦୋହିର ୬ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ପରିବାର ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି।

ଅନ୍ୟପଟେ ଶନିବାର ଦିନ ବିହାରରେ ମଧ୍ୟ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ଏଥିରେ ୨୩ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୧୦ରୁ ଅଧିକ ଆହତ ହୋଇଥିବା ସୂଚନା। ବଜ୍ରପାତ ଯୋଗୁ ଶାରଣର ୫ଜଣ, କୈମୁରର ୩ଜଣ, ଜହାନାବାଦର ୨ଜଣ, ପାଟନାର ୨ଜଣ, ଗୟାର ଜଣେ ଓ ବକ୍ସରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ତେବେ ବର୍ଷା ଘଡଘଡି ସମୟରେ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ, ଶୁକ୍ରବାର ଦିନ ବଜ୍ରାଘାତରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜୁନ୍‌ ୨୫ରେ ବିହାରରେ ବଜ୍ରପାତରେ ୮୩ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା।

Comments are closed.