Latest Odisha News

BREAKING NEWS

ସୁଶାନ୍ତଙ୍କ ମୃତ୍ୟୁ ପଛରେ ସଲମାନଙ୍କ ହାତ ଥିବା କହିଲେ ତାଙ୍କ ନିକଟ ସମ୍ପର୍କୀୟ

ମୁମ୍ବାଇ: ବଲିଉଡ ଅଭିନେତା ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପଛରେ ରହିଛି ସଲମାନ ଖାନଙ୍କ ହାତ ! ଏନେଇ ଅଭିଯୋଗ ଆଣିଛନ୍ତି ତାଙ୍କ ନିକଟତମ ସମ୍ପର୍କୀୟ ଦେବେଜ ନାରାୟଣ । ନାରାୟଣ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ସଲମାନଙ୍କ ଘନିଷ୍ଠ ବନ୍ଧୁ ଥିବା କଂଗ୍ରେସ ବିଧାୟକ ବାବା ସିଦ୍ଦିକି ଅଭିନେତାଙ୍କୁ ମୁମ୍ବାଇ ପୋଲିସରୁ ସୁରକ୍ଷା ଦେଉଛନ୍ତି। ସୁଶାନ୍ତଙ୍କ ବଡ଼ ଭଉଣୀ ଶ୍ୱେତା ସିଂ କିର୍ତ୍ତୀଙ୍କ ଶ୍ୱଶୁର ଦେବେଜ ନାରାୟଣ ସଲମାନ ଖାନଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ଏନେଇ ସେ ଟ୍ୱିଟରରେ ପୋଷ୍ଟ ମଧ୍ୟ କରିଥିଲେ । ତାଙ୍କର ଏହି ପୋଷ୍ଟରେ ନାରାୟଣ ଭାରତର ପ୍ରଧାନମନ୍ତ୍ରୀ, ‘ର’, ସ୍ପେସିଆଲ ବ୍ରାଞ୍ଚକୁ ଟ୍ୟାଗ୍ କରି ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନିବେଦନ କରିଥିଲେ । ଏହି ରାଜନେତା ଟ୍ୱିଟରରେ ଲେଖିଥିଲେ ଯେ ସଲମାନ ଖାନ ତାଙ୍କ ଝିଅର କାରକୁ ଉଡ଼ାଇବାକୁ ମଧ୍ୟ ଚେଷ୍ଟା କରିଛନ୍ତି ଏବଂ ତାଙ୍କ ଟ୍ୱିଟରରେ ଅପମାନଜନକ ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ଆଶ୍ଚର୍ଯ୍ୟର କଥା, ଯେତେବେଳେ ସୁଶାନ୍ତ ସିଂ ରାଜପୁତଙ୍କ ଫାଲୋଅର ମାନେ ଦେବେଜ ନାରାୟଣଙ୍କ ଟ୍ୱିଟର ଆକାଉଣ୍ଟକୁ ଟ୍ରାକ୍ କରିବାକୁ ଚେଷ୍ଟା କରିଥିଲେ, ସେମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଏହାକୁ ଡିଲିଟ୍ କରାଯାଇଥିବା ଦେଖିବାକୁ ପାଇଥିଲେ। ଟ୍ୱିଟରରୁ ନାରାୟଣଙ୍କ ଆକାଉଣ୍ଟ ଡିଲିଟ ହୋଇଯାଇଛି। ଦେବେଜ ଯାହା ପୋଷ୍ଟ କରିଛନ୍ତି ତାହା ଏଠାରେ ଅଛି:

ଦେବେଜ ନାରାୟଣଙ୍କ ଟ୍ୱିଟର ଆକାଉଣ୍ଟ ଡିଲିଟ ହେବା ପରେ ପ୍ରଶଂସକମାନେ ସୋସିଆଲ ମିଡିଆକୁ ଯାଇ ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ନ୍ୟାୟ ମାଗିଥିଲେ। ପୂର୍ବରୁ ରାଜନେତା ରୂପା ଗାଙ୍ଗୁଲି ଅଭିଯୋଗ କରିଥିଲେ ଯେ ସୁଶାନ୍ତଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲକୁ କେହି ଜଣେ ଚଲାଉଛନ୍ତି । ଏଥିରୁ ପୋଷ୍ଟ ଡିଲିଟ କରୁଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କେହି ପ୍ରମାଣକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଏହି ଘଟଣାରେ ସିବିଆଇ ତଦନ୍ତ ପାଇଁ ସେ ଦାବି ମଧ୍ୟ କରିଛନ୍ତି।

Comments are closed.