ଭୁବନେଶ୍ୱର: ସୋସିଆଲ ମିଡିଆରେ ଅନେକ ସମୟରେ ମଜାଦାର ଭିଡ଼ିଓ ମାନ ଦେଖିବାକୁ ମିଳିଥାଏ। ଆଜି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ଏପରି ଏକ ଭିଡ଼ିଓ ଯାହାକୁ ଦେଖି ଆପଣଙ୍କ ନିଶ୍ୱାସ କିଛି ସମୟ ପାଇଁ ଅଟକି ଯିବ । ହୃଦୟର ସ୍ପନ୍ଦନ ବଢିଯିବ । ଏହି ଭିଡ଼ିଓଟି ହେଉଛି ଏକ ମାଙ୍କଡ଼ ଓ ବାଘର। ଜଣେ ଖାଦ୍ୟ ଆଉ ଜଣେ ଖାଦକ । ବାଘ ଓ ମାଙ୍କଡ଼ର ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଲୋକ ଏହାକୁ ଖୁବ ପସନ୍ଦ ବି କରିଛନ୍ତି।
ଭୋକିଲା ବାଘ ଖାଦ୍ୟ ଅନ୍ୱେଷଣରେ ଯାଇ ପହଁଚିଛି ଏକ ଗଛ ଉପରେ । ଗଛ ଉପରେ ବସିଛି ମାଙ୍କଡ଼ । ବାଘକୁ ନିକଟକୁ ଆସୁଥିବାର ଦେଖି ଏ ଡାଳରୁ ସେ ଡାଲକୁ ଡ଼େଉଁଛି ମାଙ୍କଡ଼ । କିନ୍ତୁ ହଠାତ ସମ୍ନା ସାମ୍ନି ହୋଇଯାଉଛନ୍ତି ଉଭୟ ତାପରେ କଣ ହେଉଛି ଦେଖନ୍ତୁ ଭିଡ଼ିଓରେ …
https://www.instagram.com/tv/CCNnd4UFjpM/?igshid=1p8p6lejxp6er
ଭିଡିଓଟି ଜାତୀୟ ଗଣମାଧ୍ୟମ ସଂସ୍ଥା ‘ଆଜତକ’ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି।