ଲୁହ ଯେଉଁଠି କଥା କୁହେ…

ସବୁବେଳେ ପଚାରିଥିଲି କେବେ ଡାକୁଚ, ଆଉ ଇଚ୍ଛା ଥିଲା ଯୋଉ ତୁଳସୀ ପତ୍ର ଜୟଦେବ ଭବନ ସମ୍ମୁଖରେ ଥିବା ଜଗନ୍ନାଥ ସୂଚନା କେନ୍ଦ୍ରରେ ଦେଇ ଆସେ ଶ୍ରୀ ମନ୍ଦିରରେ ଲାଗିବା ପାଇଁ ତାକୁ ସିଧା ସାଇକେଲରେ ନେଇ ମନ୍ଦିରରେ ଦେବି ବୋଲି। ହେଲେ ବହୁଦିନ ବିତିଗଲେ ମଧ୍ୟ ସେ ମୁହୁର୍ତ୍ତ ଆସିଲାନି। ଆଶ୍ଚର୍ଯ୍ୟ ଯିଏ ପ୍ରାୟତଃ କମ ସେ କମ ତିନି ମାସରେ ଥରେ ଯାଇପାରୁଥିଲା ଥରେ ମଧ୍ୟ ଯାଇ ପାରିଲାନି।
ଆଉ ଡାକିଲୁ କେତେବେଳେ, ଆଜି ଠାରୁ ଠିକ ତିନି ମାସ ପୂର୍ବେ। ସେଦିନ ଥିଲା ୩ ଏପ୍ରିଲ, ଆଉ ଯାତ୍ରା ନଥିଲା ତୁଳସୀ ଧରି ଶ୍ରୀମନ୍ଦିରକୁ ବଡ ଦାଣ୍ଡ ହୋଇ ଯୋଉଠି ତୋ ଘୋଷଯାତ୍ରାରେ ଭକ୍ତଙ୍କ ଗହଳିରେ ଗଡେ ତୋ ନନ୍ଦିଘୋଷ ଶ୍ରୀଗୁଣ୍ଡିଚା ମନ୍ଦିରକୁ।
ବରଂ ମୋ ଯାତ୍ରା ଥିଲା ତୋ ଭକ୍ତକୁ କୋକେଇ ଧରି ବଡ଼ଦାଣ୍ଡ ହୋଇ ସ୍ୱର୍ଗଦ୍ୱାରକୁ । ସେହି ଭକ୍ତ ଯିଏ ଚାହିଁ ବସିଥିଲା ଦେହ ଟିକେ ଭଲ ହୋଇଗଲେ ତୋତେ ଦର୍ଶନ କରିବ ବୋଲି। ଆଉ ଗଲା ବର୍ଷ ଆଜିର ଅଧର ପଣା ଦିବସ ମଧ୍ୟ ରାତ୍ରିରେ ତୋ ଭକ୍ତ ମାନେ ମୋ କକା ବାହାରଥିଲେ ବଡଦାଣ୍ଡରେ ଦର୍ଶନ ପାଇଁ । ହେଲେ ଅଧା ବାଟରୁ ଫେରିଲେ ଘେରକୁ କାରଣ ରାସ୍ତା ଅବରୋଧ କରିଥିଲେ କିଛି ଗ୍ରାମବାସୀ କାହାର ମୃତ୍ୟୁ ଗୋଷ୍ଠୀକନ୍ଦଳ ଯୋଗୁଁ ।
କିନ୍ତୁ ନିଜ ଭକ୍ତକୁ ହତାଶ କରିନଥଲୁ ବରଂ ଜଣକ ହାତରେ ପଠେଇ ଦେଇଥିଲୁ ପତିତପାବନ ବାନା ଯାହା ଦିନେ ଶୋଭା ପାଉଥିଲା ନୀଳଚକ୍ରରେ, ଏବଂ ପ୍ରସାଦ ଆଉ ଲିମ୍ବ କାଠରେ ନିର୍ମିତ ଚତୁର୍ଦ୍ଧାମୂର୍ତ୍ତି। ଆଉ ଅନ୍ୟପଟେ ସେହିଦିନ ମୁଁ କିନ୍ତୁ ସାଇକେଲରେ କୋଣାର୍କ ହୋଇ ବଡ଼ ଦାଣ୍ଡ ରେ ତୋ ବଡ଼ ସିଂଘାର ବେଷରେ ଦେଖା ସାକ୍ଷାତ ହୋଇଥିଲା। ଆଉ କଥା ଥିଲା ଏ ବର୍ଷ ପୁଣି ଦେଖା ହବ ବଡ଼ ଦାଣ୍ଡରେ।
ହଁ ତୋ କଥା ରହିଲା, ଯୋଜନା ନଥିଲା କିନ୍ତୁ ସ୍ବର୍ଗ ଦ୍ୱାରରେ ମୂଖାଗ୍ନି ଦେଲା ପରେ ଶ୍ୱେତଗଙ୍ଗାରେ ସ୍ନାନ ପରେ ଯୋଉ ବାଟ ଦେଇ ଫେରୁଥିଲି ଭୁବନେଶ୍ୱରକୁ, ସେଥିରେ କାହିଁ ଟିକେ ବ୍ୟତିକ୍ରମ ଘଟିଲା ଆଉ ମୋତେ ସେ ତୋ ମନ୍ଦିର ସାମ୍ନାରେ ଆସିବାକୁ ପଡିଲା । ଆଉ କିଛି ସମୟ ବିନା କାରଣରେ ପୋଲିସ ଆମକୁ ଅଟକେଇ ରଖିଲା, ଅବଶ୍ୟ କିଛି ସମୟ ମଧ୍ୟରେ ମୋ ପରିଧାନ ଦେଖି ଛାଡିଦେଲେ।
କ୍ଷଣିକ ସମୟ ଥିଲା ତୋ ମନ୍ଦିର ଦେଖିବାର, ସେହି ବଡ଼ଦାଣ୍ଡ ଯୋଉଠି ଗଲା ବର୍ଷ ଦେଖା ହୋଇଥିଲା। ମୋର ଗୋଟିଏ ପ୍ରଶ୍ନ ଥିଲା ଏମିତି କାହିଁ କଲ, ନଜ ଭକ୍ତ କଥା ଟିକେ ଶୁଣିଲନି, ଦର୍ଶନ ଦବାର ସୁଯୋଗ ଦେଲନି ଅବା ନିଜେ ପହଞ୍ଚି ଯାଇଥିଲ ପ୍ରସାଦ ଆକାରରେ। ହଉ ଯାହା କଲେ ମୋତେ ଲାଗୁନି କିଛି ଭଲ କଲ, ହେଲେ କଥାରେ ଅଛି ତମ ଲୀଳା ତମକୁ ଜଣା, ଆଉ ତୋ ଭକ୍ତ ବର୍ତ୍ତମାନ ତୋ ଦକ୍ଷିଣ ଦ୍ୱାର ସମ୍ମୁଖରେ ସମୁଦ୍ର କୂଳ ନିକଟସ୍ଥ ସ୍ୱର୍ଗଦ୍ୱାର ପଞ୍ଚଭୁତରେ ଲୀନ । ଭକ୍ତକୁ ନିଜ ପାଖରେ ରଖିବ, ଏତିକି ରହିଲା କଥା।

ଅଧିକ ପଢନ୍ତୁ: ଘୋଷଯାତ୍ରା ପରମ୍ପରାରୁ ସୃଷ୍ଟିହେଉ ନୂତନ ପରମ୍ପରା…

ଆଉ ଯେହେତୁ କର୍ମ କରୁଛି, ତେଣୁ ବର୍ଷେ ପାଇଁ ସାମାଜିକ ବାରଣ ଯୋଗୁଁ ତୋ ମନ୍ଦିର ମଧ୍ୟରେ ମୋର ପ୍ରବେଶ ଅନୁପସ୍ଥିତି ରହିବ। ଦେଖାଯାଉ ଠିକ ଏହି ଜାଗାରେ ଗତ ବର୍ଷ ଭଳି ଆଗାମୀ ବାହୁଡା ଯାତ୍ରା ପରେ ଘୋଷଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଦେଖା ହବା ପାଇଁ ଚେଷ୍ଟା କରିବା ଅବା ତୋ ସ୍ମୃତିର ଉଦ୍ୟାନ ଭକ୍ତ ପାଇଁ ବାରଣ ହୋଇଥିବ ।
ହେଲେ ଏତିକି ଲାଗୁଛି ମୁଁ ଆସେ କି ନ ଆସେ ହେଲେ ସବୁ ବାରଣ ସତ୍ତ୍ୱେ ତୁ ବଡଦାଣ୍ଡକୁ ଆସିବୁ। ହେଲେ ଭକ୍ତଙ୍କୁ ଦେଖା ହୁଏତ ଦବୁନି। କାରଣ ବେକେ ବେଳେ ଭଗବାନ ମଧ୍ୟ ମାନବ ଲୀଳାରେ କିଛି ଭୂଲ ହୋଇଯାଏ। ନ’ହେଲେ କ’ଣ ଭକ୍ତ ଏତେ ଅଭମାନ  କରନ୍ତା ନା ଲୁହ ଝରନ୍ତା।

ଅଧିକ ପଢନ୍ତୁ: ଅନୁଭୂତିରେ ଶ୍ରୀଜଗନ୍ନାଥ – ଗୋଟେ ଅଭୁଲା ପ୍ରସାଦର ଗପ…

ଆଉ ୩ ଜୁଲାଇ ଠିକ ତିନି ମାସ ବିତିଗଲାଣି ଯେତେବେଳେ ମୁଁ କକାର କର୍ମ କରି ଫେରିବାର ଏବଂ ଏହି ଫୋଟୋଟି ହଉଛି ସେହି ସମୟର। ମହାପ୍ରଭୁ ୟେ ସବୁ କଣ ଚାଲିଛି ଏକ।ଜୀବନ୍ତ ଠାକୁର ବଡ ଦାଣ୍ଡରେ ଯୋଉଠି, ଦୀପ, କର୍ପୂର, କଦମ୍ବ, ଘଣ୍ଟ, କାହାଳୀ, ଝାଞ୍ଜ, ଶଙ୍ଖ ଧ୍ୱନି ଓ ବାସ୍ନାରେ ମହକିବା କଥା ସେଠି ଏକ ସ୍ମୃତିର ଉଦ୍ୟାନରେ ରଥ ଉପରେ ବିରାଜ ମାନ କରିଛନ୍ତି ଅବା ଭକ୍ତର ଲୁହ ଦେଖି ପାରୁନାହାନ୍ତି ବୋଲି ଆଜି ସମସ୍ତ ଭକ୍ତଙ୍କ ପାଇଁ ନଜକୁ ନଜର ବନ୍ଦ କରିଦେଲ।

ଅଧିକ ପଢନ୍ତୁ: କାହିଁକି ରଥଯାତ୍ରା ଉତ୍ସବ କେବଳ ଏକ ରୀତିନୀତି ବା ପରମ୍ପରାକୁ ବଞ୍ଚାଇ ରଖିବାର ପ୍ରୟାସ ନୁହେଁ ?

ତୋ ଉପରେ ଅଭିମାନ କରିବିନିତ ଆଉ କାହା ଉପରେ କରିବି । ସେ ଦିନ ୟେ ଫୋଟୋ ନେଲାବେଳେ ମୁଁ ଏକା ଥିଲି ବଡଦାଣ୍ଡରେ ଆଉ ଆଜି ତୁ ବଡ଼ଦାଣ୍ଡରେ । ସେ ଦିନ ଲୁହ ମୋର ଝରିଥିଲା ତୋ ଭକ୍ତକୁ ତୋ ବିନା ଦର୍ଶନରେ ନେଲାବେଳେ ଆଉ ଆଜି ବି ଲୁହ ଝରୁଛି ତୋତେ ଏକା ଦେଖି । ଲାଗୁଛି ଯେମିତି ସୁନା ମହଣ ମହଣପିନ୍ଧା ହେଇଚି ଶତ କିନ୍ତୁ ଭକ୍ତ ପାଇଁ ତୋ ଆଖିରୁ ମଧ୍ୟ ଲୁହ ଝରୁଛି ।
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।