Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ 

ତା -୭-୨୦୨୦ ମଙ୍ଗଳବାର

ଆଜି ଦିନର ମହତ୍ତ୍ୱ

 ଆଜି ହେଉଛି ୨୦୨୦ ମସିହା ଜୁଲାଇ ତା ୭ ରିଖ ମଙ୍ଗଳବାର ମିଥୁନ୨୩ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ଦ୍ବିତୀୟା ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର
ଘାତ ବାର-: ମକର ରାଶିର
ଘାତ ଚନ୍ଦ୍ର-: ସିଂହ ରାଶି ପୁରୁଷଙ୍କର
ଆଜି: ବୋଇତି କଖାରୁ ଖାଇବା ନିଷେଧ
ମେଷ
ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବାହରକୁ ବୁଲିବାକୁ ଯିବାର ଯୋଗ ଅଛି । ସଫଳତା ମିଳିବ। ଆପଣଙ୍କ ହଜି ଯାଇଥିବା ବସ୍ତୁ ମିଳିବାର ସମ୍ଭାବନା ଅଛି। ପ୍ରିୟ ବ୍ୟକ୍ତିଙ୍କ ସହିତ ପ୍ରେମର ସମ୍ପର୍କ ସ୍ଥାପନ ହେବ।
ବୃଷ
ଆଜିର ଦିନ ଶୁଭଫଳ ଦାୟକ ହେବ। ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଶାରୀରିକ, ମାନସିକ ସୁସ୍ଥତା ମିଳିବ। ଆର୍ଥିକ ଲାଭ ହେବ। ଆନନ୍ଦପୂର୍ଣ୍ଣ ସମାଚାର ମିଳିବ। ସ୍ଵାସ୍ଥ୍ୟ ଅନୁକୂଳ ରହିବ।
ମିଥୁନ
 ଆଜି ସନ୍ତାନ ଏବଂ ଜୀବନସାଥୀଙ୍କ ସ୍ଵାସ୍ଥ୍ୟ ସମ୍ବନ୍ଧରେ ଚିନ୍ତିତ ହୋଇପାରନ୍ତି। ବାଦ-ବିବାଦରେ ଜୟଯୁକ୍ତ ହେବେ । ମହିଳାମାନେ ମିତ୍ରମାନଙ୍କ ଦ୍ଵାରା ଖର୍ଚ୍ଚ କିମ୍ବା କ୍ଷତିଗ୍ରସ୍ତ ହେବାର ଆଶଙ୍କା ଅଛି। ପେଟ ସମ୍ବନ୍ଧିତ ରୋଗରେ ଆକ୍ରାନ୍ତ ହୋଇ ପାରନ୍ତି। ନୂଆ କାର୍ଯ୍ୟର ପ୍ରାରମ୍ଭ ଏବଂ ଯାତ୍ରା ଆଜି କରନ୍ତୁନାହିଁ।

କର୍କଟ
 ଶାରୀରିକ-ମାନସିକ ଅସୁସ୍ଥତା ଅନୁଭବ ହୋଇପାରେ। ଛାତିରେ ଯନ୍ତ୍ରଣା କିମ୍ବା କୌଣସି କାରଣରୁ ପରିବାରରେ ଅଶାନ୍ତି ହୋଇପାରେ। କୌଣସି ମହିଳାଙ୍କ ସହିତ ମନମାଳିନ୍ୟ ହେବାର ଆଶଂକା ଅଛି।
ସିଂହ
କାର୍ଯ୍ୟରେ ସଫଳତା ଏବଂ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟୀ ହେବେ । ପ୍ରସନ୍ନତା ଅନୁଭବ କରିବେ। ଭାଇ-ଭଉଣୀମାନଙ୍କ ସହିତ ମିଶି ଘରେ କୌଣସି ଆୟୋଜନ କରିବେ। ସ୍ଵାସ୍ଥ୍ୟ ଉତ୍ତମ ରହିବ। ଆର୍ଥିକ ଲାଭ ମିଳିବ, ପ୍ରିୟଜନମାନଙ୍କର ସାକ୍ଷାତ ହେବ।
କନ୍ୟା
 ପରିବାରରେ ଆଜି ଆନନ୍ଦର ବାତାବରଣ ରହିବ। ଉତ୍ତମ ବ୍ୟବହାରକୁ ନେଇ ଆପଣ ଲୋକପ୍ରିୟତା ପ୍ରାପ୍ତ କରିବେ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ମିଷ୍ଟାନ୍ନ ଭୋଜନ ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଆଜି ଶୁଭ ପ୍ରଦ ହେବ ।
ତୁଳା
ଶାରୀରିକ, ମାନସିକ ସୁସ୍ଥତା ଦେଖାଦେବ । ଆପଣଙ୍କ ରଚନାତ୍ମକ ଯୋଗ୍ୟତା କାରଣରୁ ଆପଣ ପ୍ରଶଂସା ପ୍ରାପ୍ତ କରି ପାରିବେ। ମନୋରଞ୍ଜନର ପ୍ରବୃତ୍ତିରେ ସାଙ୍ଗ ତଥା ପରିଜନମାନଙ୍କ ସହିତ ଭାଗ ନେବେ। ଆର୍ଥିକ ଲାଭ ହେବ।
ବିଛା
 ଆମୋଦ-ପ୍ରମୋଦ, ମନୋରଞ୍ଜନ ପଛରେ ଧନ ବ୍ୟୟ ହୋଇପାରେ। ମାନସିକ ଚିନ୍ତା ଏବଂ ଶାରୀରିକ କଷ୍ଟର କାରଣରୁ ଚିନ୍ତିତ ହୋଇପାରନ୍ତି। କଥାବାର୍ତ୍ତାରେ କାହା ସହିତ ଭୁଲ ବୁଝାବଣା ନ ହେଉ, ଏହା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।
ଧନୁ
ଆର୍ଥିକ, ସାମାଜିକ ଏବଂ ପାରିବାରିକ ଦୃଷ୍ଟିରୁ ଆପଣଙ୍କପାଇଁ ଆଜିର ଦିନ ଲାଭଦାୟୀ ହେବ। ଗୃହସ୍ଥ ଜୀବନର ଆନନ୍ଦ ମିଳିବ ପ୍ରେମର ସୁଖଦ ଅନୁଭୂତି ହେବ। ମିତ୍ରମାନଙ୍କ ସହିତ କୌଣସି ରମଣୀୟ ସ୍ଥଳକୁ ବୁଲିବାକୁ ଯାଇପାରନ୍ତି ।
ମକର
ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ। ଆପଣଙ୍କପାଇଁଁ ଆଜି ଶୁଭ ଦିନ ଅଟେ। ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ କିମ୍ବା ଚାକିରିରେ ଉଚ୍ଚ ପଦାଧିକାରିମାନଙ୍କ ଦ୍ଵାରା ଆପଣ ପ୍ରଶଂସିତ ହେବେ। ମାନ ସମ୍ମାନ ଏବଂ ପ୍ରତିଷ୍ଠାରେ ବୃଦ୍ଧି ହେବ ।
କୁମ୍ଭ
ଆଜି ଆଳସ୍ୟ ଅନୁଭବ କରିପାରନ୍ତି। ମାନସିକ ଅସୁସ୍ଥତା ଦେଖାଦେବ । ଅଫିସ୍ ତଥା କାମ-କାର୍ଯ୍ୟରେ ଉଚ୍ଚ ପଦାଧିକାରିମାନଙ୍କର ମନୋମାଳିନ ହୋଇପାରେ। ଅପରାହ୍ନରେ ଭଲ ସମାଚାର ମିଳିପାରେ।
ମୀନ
ସ୍ଵାସ୍ଥ୍ୟ ସମ୍ବନ୍ଧରେ ବିଶେଷ ଧ୍ୟାନ ଦେବେ। ଅଚାନକ ଧନ ଖର୍ଚ୍ଚ ହୋଇପାରେ। କାମକାର୍ଯ୍ୟରେ ଆପଣଙ୍କୁ ଟିକେ ପ୍ରତିକୂଳତା ଅନୁଭବ କରିବାକୁ ପଡ଼ିପାରେ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟର ଆଶଂକା ଅଛି।
ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )
Leave A Reply

Your email address will not be published.