Latest Odisha News

BREAKING NEWS

୩୦% କମିଲା ସିବିଏସ୍‌ଇ ସିଲାବସ୍

ନୂଆଦିଲ୍ଲୀ: କମିଲା ସିବିଏସ୍‌ଇ ସିଲାବସ୍ । ସିବିଏସ୍‌ଇ ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ପାଠ୍ୟକ୍ରମ ହ୍ରାସ କରାଯାଇଛି । ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୩୦ ପ୍ରତିଶତ ପାଠ୍ୟକ୍ରମ କମାଇ ଦିଆଯିବ । ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କରୋନା ସଂକ୍ରମଣ ଯୋଗୁଁ ଶିକ୍ଷାଦାନରେ ସାରା ଦେଶରେ ପ୍ରଭାବିତ ହେଉଛି । ଏହାକୁ ନଜରରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଠ୍ୟକ୍ରମ ହ୍ରାସ ପାଇଁ ନିଷ୍ପତ୍ତି ନିଆଯାଇଛି । ଯେଉଁ ପାଠ୍ୟକ୍ରମ ଗୁଡିକୁ କମାଇ ଦିଆଯାଇଛି ସେଗୁଡିକରୁ ଯଦି ଅନ୍ୟ ବିଷୟ ବୁଝିବା ପାଇଁ ଆବଶ୍ୟକ ହୁଏ ତେବେ ତାକୁ ପଢ଼ାଯିବ । କିନ୍ତୁ ବାଦ୍ ପଢ଼ିଥିବା ପାଠ୍ୟକ୍ରମରୁ ଇଂଟରନାଲ କିମ୍ବା ବାର୍ଷିକ ପରୀକ୍ଷାରେ କୌଣସି ପ୍ରଶ୍ନ ଆସିବ ନାହିଁ ।

କିଛି ସପ୍ତାହ ପୂର୍ବରୁ ଏସମ୍ପର୍କରେ କେନ୍ଦ୍ର ମାନବ ସମ୍ବଳ ବକାଶ ମନ୍ତ୍ରୀ ରମେଶ ପୋଖରିଆଲ ଶିକ୍ଷାବିତଙ୍କ ପରାମର୍ଶ ଲୋଡିଥିଲେ । ପାଠ୍ୟକ୍ରମ ହ୍ରାସ ସମ୍ପର୍କରେ ୧,୫୦,୦୦୦ ପ୍ରସ୍ତାବ ମିଳିଥିଲା ।

Leave A Reply

Your email address will not be published.