ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକମ୍ରିତଙ୍କ ସଂଖ୍ୟା ବଢୁଥିବା ଫଳରେ ପ୍ରଶାସନ ପକ୍ଷରୁ ଡୋର-ଟୁ-ଡୋର୍ ହେଲ୍ଥ ସ୍କ୍ରିନିଂ ଆରମ୍ଭ କରାଯାଇଛି ।
କରୋନା ସଂକ୍ରମଣ ଉପରେ ରୋକ ଲଗାଇବା ପାଇଁ ଗଞ୍ଜାମ ଜିଲ୍ଲାକୁ ଆସନ୍ତା ଜୁଲାଇ ୧୩ ତାରିଖ ଯାଏଁ ପ୍ରଶାସନ ପକ୍ଷରୁ ସଟଡାଉନ୍ ଘୋଷଣା କରାଯାଇଛି । ପ୍ରଶାସନ ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି, ସମସ୍ତ ବ୍ଲକ ମୁଖ୍ୟାଳୟ, ବ୍ରହ୍ମପୁର ମ୍ୟୁନିସିପାଲିଟି କର୍ପୋରେସନ (ବିଇଏମସି) ଅଞ୍ଚଳରେ ସାନଖେମୁଣ୍ଡି, ଶେରଗଡ, ପାତ୍ରପୁର, ଧରାକୋଟ, ଏବଂ ଜଗନ୍ନାଥ ପ୍ରସାଦ ବ୍ଲକରେ ପାଞ୍ଚ ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଛି।
ଅଧିକ ପଢନ୍ତୁ: ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ ଆଜିଠୁ ପାଞ୍ଚ ଦିନ ସଟଡାଉନ୍
ଏହି ଡୋର-ଟୁ-ଡୋର୍ ହେଲ୍ଥ ସ୍କ୍ରିନିଂ ୨୦୦ ଡାକ୍ତର ଦଳ ମାଧ୍ୟମରେ କରାଯିବ। ପ୍ରତ୍ୟେକ ଦଳରେ ଜଣେ ଡାକ୍ତର ଏବଂ ଦୁଇ ଅଙ୍ଗନୱାଡି କର୍ମୀ ରହିବେ। ଫ୍ଲୁ ଏବଂ ଇନଫ୍ଲୁଏଜା ଭଳି ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ଏହି ଟିମ୍ ଡୋର-ଟୁ-ଡୋର୍ ହେଲ୍ଥ ସ୍କ୍ରିନିଂ କରିବେ।
Comments are closed.