Latest Odisha News

ରାଜ୍ୟରେ ହାପ୍ ସେଞ୍ଚୁରି ଟପିଲା କରୋନା ମୃତ୍ୟୁ ସଂଖ୍ୟା: ଗଞ୍ଜାମରେ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ କରୋନା ପ୍ରକୋପ ଦ୍ରୁତ ଗତିରେ ବଢିବାରେ ଲାଗିଛି । କରୋନା ସଂକ୍ରମଣରେ ଗୁରୁବାର ଦିନ ଆଉ ୪ଟି ପ୍ରାଣ ଯାଇଛି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୫୨ ରେ ପହଞ୍ଚିଛି । କରୋନା ଡେଥ ଲିଷ୍ଟରେ ଯୋଡି ହୋଇଛି ଭଦ୍ରକ ଜିଲ୍ଲା। ଏମାନଙ୍କ ମଧ୍ୟରେ ଆଜି ଗଞ୍ଜାମରୁ ସର୍ବାଧିକ ତିନି ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଭଦ୍ରକ ଜିଲ୍ଲାରୁ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ଏହି ୩ ମୃତ୍ୟୁ ସହିତ ଗଞ୍ଜାମରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦ କୁ ବୃଦ୍ଧି ପାଇଛି ଏବଂ ଦ୍ଵିତୀୟ ସର୍ବାଧିକ ଭାବେ ଖୋର୍ଦ୍ଧା ଜିଲ୍ଲାରେ ଏଯାଏଁ ୮ ଜଣଙ୍କର ମୃତ୍ୟୁ ଘଟିଛି।

Comments are closed.