ଗଞ୍ଜାମ: ଜିଲ୍ଲାରେ ପ୍ରତିଦିନ ମୁଣ୍ଡ ନେଉଛି କରୋନା । ଜୁଲାଇରେ ବଢୁଛି ସଂକ୍ରମଣ । ତାସହ ମୃତ୍ୟୁ ସଂଖ୍ୟା ବି ବଢୁଛି । ଜିଲ୍ଲାରେ ଏଯାଏଁ ୩୦ ମୁଣ୍ଡ ନେଲାଣି ପ୍ରାଣଘାତୀ ଭାଇରସ୍ । କିନ୍ତୁ ଚିନ୍ତାଜନକ ପ୍ରସଙ୍ଗ ହେଉଛି ଏଯାଏଁ ଯେତିକି ମଲେଣି ତାଭିତରୁ କେବଳ ୧୭ ଜଣ ଚଳିତ ମାସରେ (ଜୁଲାଇ) ପ୍ରାଣ ହରାଇଛନ୍ତି । ଅର୍ଥାତ ମୋଟ୍ ମୃତ୍ୟୁ ସଂଖ୍ୟାର ୫୬ ପ୍ରତିଶତ ଆକ୍ରାନ୍ତ କେବଳ ଜୁଲାଇ ୧ରୁ ଆଜି ଭିତରେ ମୃତ୍ୟୁବରଣ କରିଛନ୍ତି ।

୩ ହଜାର ପାର କଲା ପଜିଟିଭ୍ କେସ୍
କରୋନା କେସରେ ତିନି ହଜାର ପାର କରିଛି ଗଞ୍ଜାମ ଜିଲ୍ଲା । ମୋଟ୍ ପଜିଟିଭ ସଂଖ୍ୟା ୩ ହଜାର ୯୬କୁ ବୃଦ୍ଧି ପାଇଛି । ରାଜ୍ୟରେ ସର୍ବାଧିକ ଭୂତାଣୁ ସଂକ୍ରମିତ ଜିଲ୍ଲାର ଶୀର୍ଷ ସ୍ଥାନରେ ରହିଛି ଗଞ୍ଜାମ । ଜୁଲାଇ ମାସରେ କେବଳ ୧ ହଜାର ୬୨୪ଟି ନୂଆ ପଜିଟିଭ କେସ୍ ବାହାରିଛି ।
କରୋନା ଚେନ୍ ଭାଙ୍ଗିବାକୁ ଆଜିଠୁ ସ୍କ୍ରିନିଂ
ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ଟେନସନ୍ ବଢ଼ିଛି । କରୋନା ଚେନ୍ ଭାଙ୍ଗିବାକୁ ଡୋର୍ ଟୁ ଡୋର୍ ଯାଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଆଜିଠାରୁ ସମସ୍ତ ମ୍ୟୁନିସିପାଲିଟି, ବ୍ରହ୍ମପୁର ମହାନଗର ନିଗମ ଓ ବ୍ଲକ ହେଡ କ୍ୱାର୍ଟରରେ ଘର ଘର ବୁଲି ସ୍କ୍ରିନିଂ କରାଯାଉଛି । ଏଥିପାଇଁ ଜିଲ୍ଲାର ସହରାଞ୍ଚଳକୁ ଆସନ୍ତା ୧୩ ତାରିଖ ଯାଏଁ ସଟଡାଉନ ରଖାଯାଇଛି ।
BREAKING NEWS
- ଲଗାଣ ବର୍ଷାରେ ଉବୁଟୁବୁ ଉତ୍ତରପ୍ରଦେଶ; ୧୭ ମୃତ, ଅନେକ ଗାଁ ଜଳବନ୍ଦୀ
- UNSC ସ୍ଥାୟୀ ସଦସ୍ୟପଦ: ଭାରତକୁ ରୁଷର ପୂର୍ଣ୍ଣ ସମର୍ଥନ
- ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ଜଳକା ଜଳସ୍ତର, ବଢୁଛି ବନ୍ୟା ଆଶଙ୍କା
- ରବିବାର ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣିରଖନ୍ତୁ…
- Heavy Rain & Floods in Odisha:ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି; ଏରିଅଲ ସର୍ଭେରେ ଯିବେ ମୁଖ୍ୟମନ୍ତ୍ରୀ
- ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱସ୍ତି: ୩ ଦିନିଆ ଧର୍ମଘଟ ବେଳେ ମାଗଣାରେ ଏଟିଏମ୍ରୁ ଉଠାଇ ପାରିବେ ଟଙ୍କା, ଲାଗିବନି ଏକ୍ସଟ୍ରା ଚାର୍ଜ
- ଶସ୍ତା ଇନ୍ଧନ ଓ କମ୍ ପ୍ରଦୂଷଣ: ଖୁବଶୀଘ୍ର ରାସ୍ତାକୁ ଓହ୍ଲାଇବ ଶହେ ପ୍ରତିଶତ ଇଥାନଲ୍ ଚାଳିତ ଗାଡ଼ି
- ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥର ବଡ଼ ପଦକ୍ଷେପ: ଭୁବନେଶ୍ୱର, ପୁରୀ ଓ ସମ୍ବଲପୁର ଟ୍ରେନ୍ରେ ଲାଗିବ ଅତିରିକ୍ତ ବଗି
- ଦେଶରେ ପ୍ରଥମ ଥର ଓଡ଼ିଶାରେ ଉନ୍ମୋଚିତ ହେଲା ‘ମାନସିକ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା’
- Hospital in Western Odisha:ପଶ୍ଚିମ ଓଡ଼ିଶାରେ ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା କରିବ ବେଦାନ୍ତ

Comments are closed.