ଗଞ୍ଜାମ: ଜିଲ୍ଲାରେ ପ୍ରତିଦିନ ମୁଣ୍ଡ ନେଉଛି କରୋନା । ଜୁଲାଇରେ ବଢୁଛି ସଂକ୍ରମଣ । ତାସହ ମୃତ୍ୟୁ ସଂଖ୍ୟା ବି ବଢୁଛି । ଜିଲ୍ଲାରେ ଏଯାଏଁ ୩୦ ମୁଣ୍ଡ ନେଲାଣି ପ୍ରାଣଘାତୀ ଭାଇରସ୍ । କିନ୍ତୁ ଚିନ୍ତାଜନକ ପ୍ରସଙ୍ଗ ହେଉଛି ଏଯାଏଁ ଯେତିକି ମଲେଣି ତାଭିତରୁ କେବଳ ୧୭ ଜଣ ଚଳିତ ମାସରେ (ଜୁଲାଇ) ପ୍ରାଣ ହରାଇଛନ୍ତି । ଅର୍ଥାତ ମୋଟ୍ ମୃତ୍ୟୁ ସଂଖ୍ୟାର ୫୬ ପ୍ରତିଶତ ଆକ୍ରାନ୍ତ କେବଳ ଜୁଲାଇ ୧ରୁ ଆଜି ଭିତରେ ମୃତ୍ୟୁବରଣ କରିଛନ୍ତି ।

୩ ହଜାର ପାର କଲା ପଜିଟିଭ୍ କେସ୍
କରୋନା କେସରେ ତିନି ହଜାର ପାର କରିଛି ଗଞ୍ଜାମ ଜିଲ୍ଲା । ମୋଟ୍ ପଜିଟିଭ ସଂଖ୍ୟା ୩ ହଜାର ୯୬କୁ ବୃଦ୍ଧି ପାଇଛି । ରାଜ୍ୟରେ ସର୍ବାଧିକ ଭୂତାଣୁ ସଂକ୍ରମିତ ଜିଲ୍ଲାର ଶୀର୍ଷ ସ୍ଥାନରେ ରହିଛି ଗଞ୍ଜାମ । ଜୁଲାଇ ମାସରେ କେବଳ ୧ ହଜାର ୬୨୪ଟି ନୂଆ ପଜିଟିଭ କେସ୍ ବାହାରିଛି ।
କରୋନା ଚେନ୍ ଭାଙ୍ଗିବାକୁ ଆଜିଠୁ ସ୍କ୍ରିନିଂ
ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ଟେନସନ୍ ବଢ଼ିଛି । କରୋନା ଚେନ୍ ଭାଙ୍ଗିବାକୁ ଡୋର୍ ଟୁ ଡୋର୍ ଯାଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଆଜିଠାରୁ ସମସ୍ତ ମ୍ୟୁନିସିପାଲିଟି, ବ୍ରହ୍ମପୁର ମହାନଗର ନିଗମ ଓ ବ୍ଲକ ହେଡ କ୍ୱାର୍ଟରରେ ଘର ଘର ବୁଲି ସ୍କ୍ରିନିଂ କରାଯାଉଛି । ଏଥିପାଇଁ ଜିଲ୍ଲାର ସହରାଞ୍ଚଳକୁ ଆସନ୍ତା ୧୩ ତାରିଖ ଯାଏଁ ସଟଡାଉନ ରଖାଯାଇଛି ।
BREAKING NEWS
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
- ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର
- ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ
- ରଣଜୀ ଟ୍ରଫି: ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…
- ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?
- ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…
- ଭାରତ ସିରିଜ୍ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ

Comments are closed.