ଭୁବନେଶ୍ୱର: ଜାତୀୟ ସ୍ତରର ଫ୍ୟାଶନ ଓ ଲାଇଫ୍ ଷ୍ଟାଇଲ ସୋରେ ପ୍ରଶଂସା ସାଉଁଟିଛନ୍ତି ଓଡ଼ିଆ ଝିଅ ସୌଭାଗ୍ୟଲକ୍ଷ୍ମୀ ।
ମିଳିଥିବା ସୂଚନା ଅନୁସାରେ, ଦେଶର ପ୍ରମୁଖ ଫ୍ୟାଶନ ଓ ଲାଇଫ୍ ଷ୍ଟାଇଲ ସୋ’ ‘ଲାକମେ ଫ୍ୟାସନ ୱିକ’ ଜରିଆରେ ନିଜର ସେଟ୍ ଡିଜାଇନ ପ୍ରଦର୍ଶନ କରିଛନ୍ତି ଯାଜପୁରର ଝିଅ ସୌଭାଗ୍ୟଲକ୍ଷ୍ମୀ ରାଉତ। ଇଣ୍ଟେରିୟର ଡିଜାଇନ ବର୍ଗରେ ‘ଲାକମେ ଫ୍ୟାସନ ୱିକ’ର ମୁଖ୍ୟ ସୋ’ ଏରିଆରେ ସୌଭାଗ୍ୟଲକ୍ଷ୍ମୀ ଜଣେ ଖ୍ୟାତାନାମା ଡିଜାଇନରଙ୍କ ସୋ’ ସେଟ ଡିଜାଇନ କରିବାର ସୁଯୋଗ ପାଇଥିବା ଜଣାପଡିଛି ।
ସୌଭାଗ୍ୟଲକ୍ଷ୍ମୀ ହେଉଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଆରୁହାଁ ଗାଁର ଯଯାତି କେଶରୀ ରାଉତଙ୍କ ଝିଅ । ସେ ଯାଜପୁର ନିଜ ସ୍କୁଲ କଲେଜ ଶେଷ କରିବା ପରେ ଏନଆଇଏଫଟିରେ ଇଣ୍ଟେରିୟରର ଡିଜାଇନ୍ ପାଠ୍ୟକ୍ରମ ଶେଷ କରି ଆଇଏନଆଇଏଫଡି ରେ ମାଷ୍ଟର ଡିଗ୍ରୀ ପାଠପଢ଼ା ଜାରି ରଖିଛନ୍ତି।
ଭୁବନେଶ୍ବରରେ ଅନୁଷ୍ଠିତ ଲାକମେ ଫ୍ୟାନସ ୱିକର ଆଞ୍ଚଳିକ ଚୟନରେ ଇଣ୍ଟେରିୟର ବର୍ଗରେ ସାମିଲ ହୋଇଥିଲେ ସୌଭାଗ୍ୟଲକ୍ଷ୍ମୀ। ଓଡିଶାର ପଶ୍ଚାତ ସଂସ୍କୃତିକୁ ସମ୍ମାନ ଦେଇ ସେ ବାଉଁଶରେ ପ୍ରସ୍ତୁତ ବଂଶୀ ଜିନିଷର ବ୍ୟବହାର କରି ଫ୍ୟାସନ ସେଟ୍ ଡିଜାଇନ କରିଥିଲେ । ଯାହା ଆୟୋଜକ ସେଲିବ୍ରିଟି ଓ ଜୁରୀମାନଙ୍କ ସହ ସମସ୍ତଙ୍କୁ ଆକର୍ଷିତ କରିପାରିଥିଲା।
Comments are closed.