Latest Odisha News

BREAKING NEWS

କୋଭିଡ-୧୯: ଓଡ଼ିଶାରେ ୯ ହଜାର ଟପିଲା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫୦୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ୯୨୫୫ ଜଣ ସୁସ୍ଥ ହୋଇଛନ୍ତି।

ସୁସ୍ଥ ହୋଇଥିବା ୫୦୫ ଜଣଙ୍କ ମଧ୍ୟରୁ ୨୪୮ ଜଣ ଗଞ୍ଜାମରୁ, ସୁନ୍ଦରଗଡରୁ ୭୧, ୫୨ ଜଣ ଖୋର୍ଦ୍ଧା, ୪୫ ଜଣ କଟକ, ପୁରୀରୁ ୧୧, ୧୦ ଜଣ ଗଜପତି, ନବରଙ୍ଗପୁରରୁ ୭, ଯାଜପୁରରୁ ୮, ନୟାଗଡରୁ ୮, ୭ ଜଣ ଜଗତସିଂହପୁର, ଢେଙ୍କାନାଳ ଓ ଭଦ୍ରକରୁ ୬, ଅନୁଗୁଳରୁ ୫, ବରଗଡରୁ ୩, କେନ୍ଦୁଝର ୨, ଝାରସୁଗୁଡା ଓ ରାୟଗଡାରୁ ଜଣେ ଲେଖାଏଁ ଏବଂ କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟରୁ ୪ ଜଣ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଅଧିକ ପଢନ୍ତୁ- ଓଡିଶାରେ ଆଉ ୬୧୬ କରୋନା ପଜିଟିଭ ଚିହ୍ନଟ; ଗଞ୍ଜାମରେ ସର୍ବାଧିକ

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୧୩,୭୩୭ କରୋନା ମାମଲା ରହିଥିବା ବେଳେ ମୋଟ୍ ୯୨୫୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୭୦ ଜଣ ମୃତ୍ୟୁବରଣ କରିଛନ୍ତି ।

ଅଧିକ ପଢନ୍ତୁ- ରାଜ୍ୟରେ କରୋନା ନେଲା ଆଉ ୬ ମୁଣ୍ଡ

Leave A Reply

Your email address will not be published.