ନୂଆଦିଲ୍ଲୀ:ଚୀନ ସହିତ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବା ପରେ ଭାରତ ତାର ପରମାଣୁ ରଣନୀତିରେ ବଡ ଧରଣର ପରିବର୍ତନ କରିଛି । ଆମେରିକା ଥିଙ୍କଟ୍ୟାଙ୍କ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ଭାରତ ଏବେ ପାକିସ୍ତାନ ବଦଳରେ ପରମାଣୁ ମିସାଇଲ ଟାର୍ଗେଟ ଚୀନ ଆଡକୁ ରଖିଛି । ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଭାରତ ପରମାଣୁ ଆକ୍ରମଣ କିପରି କରିପାରିବ ସେଥିନେଇ ଜୋରସୋରରେ ପ୍ରସ୍ତୁତି କରିଛି । ଉକ୍ତ ରିପୋର୍ଟ ଅନୁସାରେ ଭାରତ ପରମାଣୁ ଟାର୍ଗେଟରେ ଏବେ ଚୀନ ରାଜଧାନୀ ବେଜିଂ ଆସି ସାରିଛି ।
ବର୍ତମାନ ଭାରତ ପାଖରେ ୧୫୦ରୁ କମ୍ ପରମାଣୁ ରହିଛି । ଖୁବ୍ ଶୀଘ୍ର ଆଉ ୧୫୦ ପରମାଣୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ରହିଛି । ସେହିପରି ଭାରତର ପରମାଣୁ କ୍ଷମତା ସମ୍ପନ୍ନ କେତେଗୁଡିଏ ମିସାଇଲ ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପଂହଚ ସାରିଛି । ଏହା ମଧ୍ୟରେ ସ୍ଥଳ ଭାଗରୁ ଅଗ୍ନି-୬ ଓ ବୁଡା ଜାହଜ ମଧ୍ୟରୁ କ୍ଷେପଣ କରାଯାଇ ପାରିବା ମିସାଇଲ ରହିଛି । ୮ଟି ଏପରି ମିସାଇଲ ଅଛି ଯାହାକି ଯେ କୌଣସି ସମୟରେ ଓ ପରିସ୍ଥିତିରେ ପରମାଣୁ ବୋମା ଫାୟାର କରିପାରିବ ।
BREAKING NEWS
- SIR Declaration: ବିବାଦ ପରେ ନିର୍ବାଚନ କମିଶନଙ୍କ ବଡ ନିଷ୍ପତ୍ତି, ଫର୍ମ-୬ ସହ ଆଉ ଦେବାକୁ ପଡ଼ିବନି ଅତିରିକ୍ତ ଘୋଷଣା
- INDIA bloc Meet: ଦିଲ୍ଲୀରେ ବିରୋଧୀଙ୍କ ବଡ ବୈଠକ! SIR ବିବାଦ, CECଙ୍କ ଇସ୍ତଫା ନେଇ ତାତିଲା ରାଜନୀତି, ସରକାରଙ୍କୁ ଘେରିବାକୁ ବଡ ରଣନୀତି?
- ଗହୀରମଥାରୁ ୧୯ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ
- ବନ୍ୟାରେ ଉବୁଟୁବୁ ଭଦ୍ରକ, ଆଜି ୧୬୬ ସ୍କୁଲ ବନ୍ଦ…
- ଟେକ୍-ଅଫର କିଛି ସମୟ ପରେ ସେନା ବିମାନ କ୍ରାସ, ୬ ମୃତ
- ଦୀର୍ଘ ୬ ବର୍ଷ ପରେ ଖୋଲିଲା ଗୁଣ୍ଡିଚା ମନ୍ଦିର
- ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଜାଣନ୍ତୁ କାହିଁକି…
- ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ବିଭିନ୍ନ ସ୍ଥାନରେ ଟାୟାର ଜାଳି…
- ଜାମ୍ମୁ-କାଶ୍ମୀରର କଠୁଆରେ ବଡ଼ ଅଘଟଣ :ଯବାନଙ୍କ ଗୁଳିଚାଳନାରେ ୪ ସହକର୍ମୀ ମୃତ
- ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ପୂର୍ବତନ ଆରଟିଓ ଦୋଷୀ ସାବ୍ୟସ୍ତ

Comments are closed.