Latest Odisha News

BREAKING NEWS

ବୁଗୁଡା ଗସ୍ତରେ ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ

ବୁଗୁଡା: କୋଭିଡ ପାଇଁ ନିଯୁକ୍ତ ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ବିଶାଳ ସିଂ ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲାର ବୁଗୁଡା ଗସ୍ତରେ ଯାଇ କରୋନା ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ସ୍ୱତନ୍ତ୍ର ଏଡିଏମ ଶ୍ରୀ ସିଂ ବୁଗୁଡ଼ାରେ ପହଞ୍ଚି ବୁଗୁଡା ସହରର ବିଭିନ୍ନ ଅଞ୍ଚଳର ଜନସାଧାରଣଙ୍କୁ ଭେଟି କରୋନା ସମ୍ପର୍କରେ ସଚେତନତା କରିବା ସହ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହ କୋଭିଡ କାର୍ଯ୍ୟରେ ନିଯୁକ୍ତି ଥିବା କର୍ମଚାରୀ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

ସେସ୍ପାଲ ଏଡିଏମଙ୍କ ସହ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.