Latest Odisha News

ଭବାନୀପାଟଣାରେ ୧୦ ପୋଲିସ କର୍ମୀଙ୍କୁ କରୋନା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଭବାନୀପାଟନରୁ ଆଉ ଦଶ ଜଣ ପୋଲିସ କର୍ମଚାରୀ କରୋନାଭାଇରସ୍ ପଜିଟିଭ୍ ବାହାରିଛନ୍ତି।

ସରକାରୀ ସୂତ୍ର ଅନୁଯାୟୀ, ପୋଲିସ୍ କର୍ମଚାରୀଙ୍କ ସ୍ବାବ୍ ନମୁନା ପୂର୍ବରୁ ପରୀକ୍ଷା ପାଇଁ ପଠାଯାଇଥିଲା। ପରବର୍ତ୍ତୀ ସମୟରେ ୧୦ ଜଣ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଥିଲା।

ତେବେ ୧୦ ଜଣ ପୋଲିସ ଅଧିକାରୀଙ୍କ ମଧ୍ୟରୁ ୫ ଜଣ ରିଜର୍ଭ ପୋଲିସ, ୩ଜଣ ଭବାନୀପାଟଣା ଥାନରୁ, ଜଣେ ସଦର ଷ୍ଟେସନ ଏବଂ ଅନ୍ୟ ଜଣେ ଆଇଆରବି ବାଟାଲିୟନରୁ।

ସୂଚନାଯୋଗ୍ୟ, ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଏବଂ ରବିବାର ଦିନ ସଟଡାଉନ ଘୋଷଣା କରାଯାଇଛି।

Comments are closed.