ନୂଆଦିଲ୍ଲୀ: ଚୀନ-ଭାରତ ସୀମା ବିବାଦର ଫାଇଦା ଉଠାଇ ପାକିସ୍ତାନ ଲଦାଖ ନିକଟରେ ନିଜର ଲଢ଼ୁଆ ବିମାନ ଜେଏଫ-୧୭ ନିୟୋଜିତ କରିଛି । ଭାରତ ବିପକ୍ଷରେ ଯୁଦ୍ଧ ପରିସ୍ଥିତି ମୁକାବିଲା ପାଇଁ ପାକିସ୍ତାନ ଏହି ପଦକ୍ଷେପ ଗ୍ରହଣ କରିଛି ବୋଲି ସେଠାକାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହା ବ୍ୟତୀତ ଏଲଓସି ନିକଟରେ ଥିବା ସମସ୍ତ ୪ଟି ଏୟାରବେସକୁ ହାଇ ଆଲର୍ଟରେ ରଖିଛି ।
ସ୍କୁର୍ଦ୍ଦ ଏୟାରବେସରେ ଜେଏଫ-୧୭ ରଖାଯାଇଛି । ଏଠାରୁ ମାତ୍ର ୫ ମିନିଟରେ ଏହି ବିମାନ ଭାରତକୁ ଆସି ପାରିବ । ତେବେ ଏଥିନେଇ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଭାରତର ଏୟାର ଡିଫେନ୍ସ ବହୁ ଗୁଣରେ ପାକିସ୍ତାନଠାରୁ ଭଲ । ଏହି ଏୟାରବେସକୁ ଚୀନ ମଧ୍ୟ ଆବଶ୍ୟକ ପଡିଲେ ବ୍ୟବହାର କରିପାରିବ ଯାହା କି ଭାରତ ପାଇଁ ଚିନ୍ତାର କାରଣ ହୋଇଛି ।
Comments are closed.