Latest Odisha News

BREAKING NEWS

କରୋନା ପାଇଁ ଜେଲରୁ ମୁକୁଳିବେ ୧୬୭୮୯ କଏଦୀ

ଭୁବନେଶ୍ୱର: ଜେଲକୁ ଘାରିଛି କରୋନା ଭୟ । କଏଦୀଙ୍କୁ ନେଇ ଚିନ୍ତାରେ ପଡିଯାଇଛି ଜେଲ୍ ବିଭାଗ । ମହାମାରୀ ଭିତରେ ୧୬୭୮୯ କଏଦୀଙ୍କୁ ମୁକ୍ତ କରାଯିବ । କୋର୍ଟଙ୍କ ନିର୍ଦେଶ ଏବଂ ରାଜ୍ୟର କ୍ଷମତା ସମ୍ପନ୍ନ କମିଟିର ନିଷ୍ପତ୍ତି ଅନୁଯାୟୀ ସମସ୍ତ କଏଦୀଙ୍କୁ ମୁକ୍ତ କରାଯିବ ।
ରାଜ୍ୟର ୩୦ଟି ଜିଲ୍ଲାର ୮୭ଟି ଜେଲର ସମୁଦାୟ ୧୬୭୮୯ କଏଦୀ ମୁକୁଳିବେ ।

ଜେଲ୍ ଓ କାରାଗାର ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ମୁକ୍ତ ହେବାକୁ ଥିବା କଏଦୀଙ୍କ ମଧ୍ୟରେ ୧୬୬୩୯ ଜଣ ବିଚାରାଧୀନ କଏଦୀ ଏବଂ ୧୫୦ ଜଣ ସଜ୍ଜା କାଟୁଥିବା କଏଦୀ ରହିଛନ୍ତି । ସମସ୍ତ ଜିଲ୍ଲାର ଏସପି ଓ ଜିଲ୍ଲାପାଳଙ୍କ ସହ ଏନେଇ ଆଲୋଚନା କରାଯାଇ ସରିଛି । ଏଥିସହ ୧୨୦୨ ଜଣ କଏଦୀଙ୍କୁ ଫାଙ୍କା ଥିବା ଜେଲକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.