Latest Odisha News

BREAKING NEWS

ମୁମ୍ୱାଇରେ କ୍ୱାରେଣ୍ଟାଇନରେ ରଖିଥିବା ପାଟନା ଏସପିଙ୍କୁ ଛାଡ଼ିଲା ବିଏମସି

ମୁମ୍ୱାଇ: ବହୁ ବିବାଦ ଓ ମୁହାଁମୁହିଁ ସ୍ଥିତି ପରେ ମୁମ୍ୱାଇରେ କ୍ୱାରେଣ୍ଟାଇନରେ ରହିଥିବା ପାଟନା ସିଟି ଏସପି ବିନୟ ତିଓ୍ୱାରୀଙ୍କୁ ଛାଡ଼ିଲା ବିଏମସି । ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଅଗଷ୍ଟ ଦୁଇ ତାରିଖରେ ମୁମ୍ୱାଇ ପହଞ୍ଚିଥିଲେ ପାଟନା ସିଟି ଏସପି । ରାତି ଅଧିଆ ତାଙ୍କୁ କ୍ୱାରେଣ୍ଟାଇନରେ ରଖିଥିଲା ବିଏମସି । ୧୪ ଦିନିଆ ସଂଗରୋଧକୁ ନେଇ ମୁମ୍ୱାଇରୁ ବିହାର ଯାଏଁ ଦେଖିବାକୁ ମିଳିଥିଲା ହଙ୍ଗାମା ।

ପାଟନା ଏସପିଙ୍କୁ କ୍ୱାରେଣ୍ଟାଇନରେ ରଖିବା ଘଟଣାକୁ ନେଇ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଓ ପାଟନା ପୋଲିସ । ବିହାର ପୋଲିସ ଡିଜି କହିଥିଲେ, ମୁମ୍ବାଇ ପୋଲିସକୁ ସୂଚନା ଦେଇ ଯାଇଥିଲେ ବିନୟ ତିଓ୍ୱାରୀ । ତଥାପି ତାଙ୍କୁ ଜବରଦସ୍ତ କ୍ୱାରେଣ୍ଟାଇନରେ ରଖିଥିଲା ମୁମ୍ୱାଇ ପୋଲିସ ।

ଆଜି ସୁଦ୍ଧା ଆଇପିଏସ୍ ଅଧିକାରୀ ବିନୟ ତିଓ୍ୱାରୀଙ୍କୁ ନ ଛାଡ଼ିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲେ ବିହାର ପୋଲିସ ଡିଜି । ସେପଟେ ମୁମ୍ୱାଇରୁ ପାଟନା ଫେରିଛି ବିହାର ପୋଲିସର ଚାରି ଜଣିଆ ଟିମ୍ । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବିହାର ପୋଲିସ ହାତରେ କିଛି ପ୍ରମାଣ ଲାଗିଥିବା ସୂଚନା ମିଳିଛି ।

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଏବେ ସିବିଆଇ କରୁଛି । ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୬ ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା ।

Leave A Reply

Your email address will not be published.