Latest Odisha News

ସିଦ୍ଧରମୈୟାଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍, କାଲି ହେବେ ଡିସଚାର୍ଜ

ବେଙ୍ଗାଳୁରୁ: କରୋନାକୁ ହରାଇଛନ୍ତି କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ସେ ସୁସ୍ଥ ହୋଇଛନ୍ତି । କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଛି । ଏନେଇ ତାଙ୍କ କାର‌୍ୟ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଆସନ୍ତାକାଲି ହସ୍ପିଟାଲରୁ ଡିସଚାର୍ଜ ହେବେ ସିଦ୍ଧରମୈୟା ।

ବର୍ତ୍ତମାନ ସମ୍ପୁର୍ଣ୍ଣ ଭାବରେ ସୁସ୍ଥ ହୋଇଛନ୍ତି ସିଦ୍ଧରମୈୟା । ଦ୍ୱିତୀୟ ଥର ହୋଇଥିବା ସ୍ୱାବ୍ ଓ ରକ୍ତ ନମୁନା ରିପୋର୍ଟ ନେଗେଟିଭ୍ ଆସିଛି । ଆସନ୍ତାକାଲି ତାଙ୍କର ଜନ୍ମଦିନ ଅଛି । ଏହିଦିନ ହସ୍ପିଟାଲରୁ ସେ ଡିସଚାର୍ଡ ହେବେ ।

କରୋନା ସଂକ୍ରମିତ ହେବା ପରେ ଗତ ୪ ତାରିଖରେ ମଣିପାଲ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତାଙ୍କୁ କେବଳ ଜ୍ୱର ହେଉଥିଲା । କରୋନାର ଅନ୍ୟ କୌଣସି ଲକ୍ଷଣ ନଥିଲା । ପରେ ସିଦ୍ଧରମୈୟାଙ୍କ ପୁଅ ବି କରୋନା ସଂକ୍ରମିତ ହୋଇଛନ୍ତି ।

Comments are closed.