Latest Odisha News

BREAKING NEWS

ସ୍ୱାଧୀନତା ପୂର୍ବରୁ କେବେ ପାଳନ ହେଉଥିଲା ‘ସ୍ୱାଧୀନତା ଦିବସ’ ?

ଭୁବନେଶ୍ୱର: ଆଜି ହେଉଛି  ୭୪ ତମ ସ୍ଵାଧିନତା ଦିବସ । ସାରା ଦେଶ ଆଜି ଉତ୍ସବ ମୁଖର । ସ୍ୱାଧୀନତାର ଏହି ଦିନକୁ ବେଶ୍ ଧୁମଧାମରେ ପାଳନ କରୁଛନ୍ତି ଦେଶବାସୀ । ୧୯୪୭ ମସିହା ଆଜିର ଦିନରେ ବ୍ରିଟିଶ କବଳରୁ ସ୍ୱାଧୀନତା ପାଇଥିଲା ଆମ ଦେଶ ଭାରତ। ଦୀର୍ଘ ବର୍ଷ ଧରି ଇଂରେଜ ଅଧୀନରେ ରହିବା ପରେ ସ୍ୱାଧୀନତା ସ୍ୱାଦ ଚାଖିଥିଲେ ଭାରତବାସୀ ।

ତେବେ ଆପଣ ଜାଣନ୍ତି କି ସ୍ୱାଧୀନତା ପୂର୍ବରୁ କେବେ ପାଳନ ହେଉଥିଲା ସ୍ୱାଧୀନତା ଦିବସ?ଜାଣନ୍ତୁ…

୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତକୁ ମିଳିଲା ସ୍ୱାଧୀନତା । ସେହୁ ଦିନଠାରୁ ଏହି ଦିନ ସାରା ଦେଶ ପାଳନ କରେ ସ୍ୱାଧୀନତା ଦିବସ । ୧୯୧୯ରେ ଭାରତୀୟ ଜାତୀୟ କଂଗ୍ରେସର ଲାହୋର ଅଧିବେଶନରେ ପୂର୍ଣ୍ଣ ସ୍ୱାଧୀନର ଘୋଷଣା ହେବା ସହିତ ଅଗଷ୍ଟ ୧୫କୁ ସ୍ୱାଧୀନତା ଦିବସ ଭାବେ ଘୋଷଣା କରାଗଲା। ଦେଶବାସୀଙ୍କୁ ବ୍ରିଟିଶଶାସନରେ ଅସହଯୋଗ ପ୍ରଦର୍ଶନ କରିବା ପାଇଁ ନିବେଦନ କରିବା ସହ ପୂର୍ଣ୍ଣ ସ୍ୱାଧୀନତା ଲାଭ ପର୍ଯ୍ୟନ୍ତ କଂଗ୍ରେସର ପ୍ରତ୍ୟେକ ନିର୍ଦ୍ଦେଶକୁ ମାନିବାକୁ ମଧ୍ୟ କୁହାଯାଇଥିଲା ।

ତେବେ ୧୯୩୦ରୁ ୧୯୪୬ ମସିହା ପର୍ଯ୍ୟନ୍ତ କଂଗ୍ରେସ ଜାନୁଆରୀ ୨୬ ତାରିଖକୁ ସ୍ୱାଧୀନତା ଦିବସ ରୂପେ ପାଳନ କରିଥିଲା ସାଧାରଣସଭା ଆୟୋଜନଦ୍ୱାରା ସେତେବେଳେ ସ୍ୱାଧୀନତା ଦିବସ ପାଳିତ ହେଉଥିଲା, ଯେଉଁଥିରେ ଯୋଗ ଦେଇଥିବା ବ୍ୟକ୍ତିମାନେ ସ୍ୱାଧୀନତାର ପ୍ରତିଜ୍ଞା ନେଉଥିଲେ ।

Comments are closed.