Latest Odisha News

BREAKING NEWS

ଭୁୁବନେଶ୍ୱର ଓ କଟକରେ କାଲି ସକାଳ ଯାଏଁ ଛେଚିବ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷିବ । ଆଜି ଓ ଆସନ୍ତାକାଲି ଦୁଇ ଦିନ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି ।

କଟକ ଓ ଭୁବନେଶ୍ୱର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ସକାଳ ସଢେ ୮ଟା ଯାଏଁ ବର୍ଷା ନେଇ ସତର୍କତା ଜାରି ହୋଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୭ ମିଲିମିଟରୁ ୨୦ ମିଲିମିଟର ଯାଏଁ ବୃଷ୍ଟିପାତ ହୋଇପାରେ ।

ଏହାର ପ୍ରଭାବରେ ଟ୍ୱିନ ସିଟିରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇପାରେ । ତଳି ଅଞ୍ଚଳରେ ଜମିପାରେ ବର୍ଷା ପାଣି ।

Leave A Reply

Your email address will not be published.