Latest Odisha News

BREAKING NEWS

ବନ୍ଧା ହେଲେ କୋଟିପତି ପୂର୍ବତନ ରେଞ୍ଜର

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବାଲୁଗାଁର ପୂର୍ବତନ ରେଞ୍ଜର । ତାଙ୍କ ନାଁ ଅଭୟ ଜେନା । ଆଜି ତାଙ୍କୁ ଗିରଫ କରିଛି ଭୁବନେଶ୍ୱର ଭିଜିଲାନ୍ସ ସେଲ୍ । ଗତକାଲି ଅଭୟ ଜେନାଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ବିଭାଗ ।

ଚଢାଉ ବେଳେ ୪ କୋଟି ୩୭ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଥିଲା । କଟକ ମହମାଛି ଲେନରେ ଥିବା ଘର, ଭୁବନେଶ୍ୱର ଫରେଷ୍ଟ ପାର୍କରେ ଥିବା ତିନି ମହଲା କୋଠା, ବାରଙ୍ଗ ଭୀମପୁରରେ ଦଧିପାଟଣାରେ ଥିବା ଘରେ ଏକକାଳୀନ ରେଡ୍ କରାଯାଇଥିଲା ।

ସେହିପରି କେନ୍ଦ୍ରାପଡା ଜିଲ୍ଲା ପାଟକୁରାରେ ପୈତୃକ ଘର ଓ ଶ୍ୱଶୂର ଘରେ ବି ରେଡ୍ ହୋଇଥିଲା । ଆଜି ତାଙ୍କୁ ଗିରଫ କରିଛି ଭୁବନେଶ୍ୱର ଭିଜିଲାନ୍ସ ସେଲ୍ ।

Leave A Reply

Your email address will not be published.