Latest Odisha News

BREAKING NEWS

ରାଜ୍ୟରେ JEE ମେନ୍ ଓ NEET ହେବାକୁ ଥିବା ସହରରେ ଲକଡାଉନ୍ ଓ ସଟଡାଉନ୍ ମନା

ଭୁବନେଶ୍ୱର: JEE ମେନ୍ ଓ NEET ସୁପରିଚାଳନା ନେଇ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଗତକାଲି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଯିବା-ଆସିବା ଓ ରହଣୀ ବ୍ୟବସ୍ଥା କରିବାକୁ କହିଥିଲେ ସରକାର । ତେଣୁ ପରୀକ୍ଷା ଦେବାକୁ ଥିବା ସହରରେ ଲକଡାଉନ୍ ଓ ସଟଡାଉନ୍ ଲାଗୁ କରାଯିବା ନାହିଁ । ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

ରାଜ୍ୟରେ ପରୀକ୍ଷା କେନ୍ଦ୍ର ହେବାକୁ ଥିବା ସହରରେ କାଲିଠାରୁ ସେପ୍ଟେମ୍ବର ୭ ତାରିଖ ଯାଏଁ ଲକଡାଉନ୍ କି ସଟଡାଉନ୍ ଲାଗୁ ହେବ ନାହିଁ । ସେହିପରି NEET ପରୀକ୍ଷା ପାଇଁ ସେପ୍ଟେମ୍ବର ୧୨ରୁ ୧୪ ତାରିଖ ଭିତରେ ବି କଟକଣା ଲାଗୁ ହେବ ନାହିଁ ।

JEE ମେନ୍ ପରୀକ୍ଷା ପାଇଁ ଗତକାଲି ମାଗଣା ପରିବହନ ଓ ରହଣୀ ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରିଥିଲେ ରାଜ୍ୟ ସରକାର । ବିଭିନ୍ନ ଆଇଟିଆଇ, ଇଞ୍ଜିନିୟରିଂ, ପଲିଟେକନିକ୍ କଲେଜଗୁଡ଼ିକରେ ହଷ୍ଟେଲ ବ୍ୟବସ୍ଥା କରାଯିବ । ପରୀକ୍ଷାର୍ଥୀ ନିଜ ସମ୍ପର୍କରେ ନୋଡାଲ୍ ସେଣ୍ଟରରେ ତଥ୍ୟ ପ୍ରଦାନ କରିବେ ।

Comments are closed.