Latest Odisha News

BREAKING NEWS

‘ଦେଶରେ ୫ଟି ରାଜ୍ୟରେ ୬୦% କରୋନା ମାମଲା, ୭୦% ମୃତ୍ୟୁ’

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରାଳ ରୂପ ନେଉଛି ମହାମାରୀ କରୋନା । ପ୍ରତିଦିନ ୫୦ ରୁ ୬୦ ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏସବୁ ସତ୍ତ୍ୱେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ଠାରୁ ସୁସ୍ଥ ହାର ଢ଼େର ଅଧିକା ରହିଛି । ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକମାନଙ୍କ ସଂଖ୍ୟା ୨୯ ଲକ୍ଷ ୭୦ ହଜାରରେ ପହଞ୍ଚିଛି ଯାହାକି ସଂକ୍ରିୟ ସଂକ୍ରମିତଙ୍କ ସଂଖ୍ୟାର ୩.୫ ଗୁଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ କହିଛନ୍ତି।

୫ଟି ରାଜ୍ୟ ତାମିଲନାଡ଼ୁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ଦେଶର ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ୬୨ ପ୍ରତିଶତ ଅଛନ୍ତି । ସେହିପରି ୫ଟି ରାଜ୍ୟ ତାମିଲନାଡ଼ୁ, କର୍ଣ୍ଣାଟକ, ଦିଲ୍ଲୀ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ମୋଟ କରୋନା ଜନିତ ମୃତ୍ୟୁ ୭୦ ପ୍ରତିଶତ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ କହିଛନ୍ତି । ତେବେ ଏସବୁ ରାଜ୍ୟରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ଓ ମୃତ୍ୟୁସଂଖ୍ୟାରେ ଧୀରେ ଧୀରେ ହ୍ରାସ ପାଉଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଭାରତରେ ନିୟୁତ ଜନସଂଖ୍ୟା ପ୍ରତି କରୋନା ସଂକ୍ରମଣ ହାର ଓ ମୃତ୍ୟୁହାର ଅନ୍ୟ ପ୍ରମୁଖ ଦେଶ ମାନଙ୍କ ତୁଳନାରେ କମ ରହିଛି । ଭାରତରେ ପ୍ରତି ନିୟୁତ ଜନସଂଖ୍ୟା ପ୍ରତି କରୋନା ମୃତ୍ୟୁହାର ୪୯ ରହିଛି ।

ସେ କହିଛନ୍ତି ଯେ ଦେଶରେ ବଢିଚାଲିଥିବା କରୋନା ସଂକ୍ରମଣ ସଂଖ୍ୟାକୁ ଦେଶର ବିଶାଳ ଜନସଂଖ୍ୟା ଦୃଷ୍ଟିରୁ ଦେଖିବା ଆବଶ୍ୟକ । ଏହାଛଡ଼ା ଦେଶରେ ଅଧିକରୁ ଅଧିକ ଲୋକଙ୍କ ପରୀକ୍ଷା ସହ ଏକ ଚିକିତ୍ସା ପାଇଁ ନିର୍ଦ୍ଦିଷ୍ଟ ପ୍ରୋଟୋକଲ ପ୍ରସ୍ତୁତ କରାଯାଇଛି ଓ ତାହାକୁ ପାଳନ କରି ଚିକିତ୍ସା କରାଯାଉଛି । ଏହା ସହିତ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ କରି କରୋନାର ମୁକାବିଲା କରାଯାଉଛି ।

Leave A Reply

Your email address will not be published.