Latest Odisha News

BREAKING NEWS

ନୂଆ ୱେବ୍ ସିରିଜ ‘ମିସେସ୍ ତାପସ’

ଭୁବନେଶ୍ୱର: ଓଟିଟି ପ୍ଲାଟଫର୍ମରେ ଖୁବ୍ ଶୀଘ୍ର ପଦାର୍ପଣ କରିବାକୁ ଯାଉଛି ନୂଆ ୱେବ ସିରିଜ ‘ମିସେସ୍ ତାପସ’ । ଏଆର୍ ଫିଲ୍ମ ଷ୍ଟୁଡିଓ ନିବେଦିତ ଏହି ୱେବସିରିଜର ପ୍ରଯୋଜନା ଦାୟିତ୍ୱ ତୁଲାଉଛନ୍ତି ଅବିନାଶ ରାଉତ । ପୂର୍ବରୁ ଅବିନାଶ ବଲିଉଡରେ କେତେକ ଚଳଚ୍ଚିତ୍ର ଓ ୱେବସିରିଜରେ କାମ କରିଛନ୍ତି  ।

‘ମିସେସ୍ ତାପସ’ର ପ୍ରମୁଖ ଭୁମିକାରେ ଅଛନ୍ତି ବର୍ଷା ବାରିକ ଓ ଦୀପାଳି ଦେବସ୍ମିତା ଦାସ । ଅନ୍ୟାନ୍ୟ ଭୂମିକାରେ ଚୌଧୁରୀ ବିକାଶ ଦାସ, ଶଙ୍କର ପ୍ରଧାନ, ନୀଳମଣି ସାହୁ ପ୍ରମୁଖଙ୍କୁ ଦେଖିବାକୁ ମିଳିବ । ଏହି ୱେବ ସିରିଜର ନିର୍ଦ୍ଦେଶନା ଦାୟିତ୍ୱରେ ତନ୍ମୟ ବାରିକ । ପ୍ରଯୋଜକ ଅବିନାଶ ରାଉତ ସହ ନିର୍ଦ୍ଦେଶକ ଭାବେ ମଧ୍ୟ ଏଥିରେ କାମ କରୁଛନ୍ତି ।ହି ପ୍ରି ବୁକ୍ ଅଫର୍ ୭ ସେପ୍ଟେମ୍ବର ୨୦୨୦ ଯାଏଁ ଉପଲବ୍ଧ ରହିଛି ।

ପ୍ଲେ ଷ୍ଟୋରରେ ଏ ଆର୍ ପ୍ରାଇମ ଉପଲବ୍ଧ ହେବା ସହ ‘ମିସେସ୍ ତାପସ’ର ଅନଲାଇନ ଷ୍ଟ୍ରିମିଂ ହେବ ।

Leave A Reply

Your email address will not be published.