Latest Odisha News

କୋଭିଡ ଟେଷ୍ଟକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନୂଆ ଆଡଭାଇଜରି ଜାରି

ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଛି ମାରାତ୍ମକ ଭାଇରସ କରୋନା । ପ୍ରତିଦିନ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେହିପରି କୋଭିଡ ଟେଷ୍ଟ ସଂଖ୍ୟା ମଧ୍ୟ ବଢ଼ଛି । ତେବେ କରୋନା ଟେଷ୍ଟକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆସିଛି ନୂଆ ଆଡଭାଇଜରି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏଥିରେ ନୂଆ ପରିବର୍ତ୍ତନ ଆଣିଛନ୍ତି । କୋଭିଡ୍ ପରୀକ୍ଷାରେ ଲାଗୁ ହୋଇଛି ଅନ-ଡିମାଣ୍ଡ ଟେଷ୍ଟ। ଅର୍ଥାତ୍ ଏଣିକି ନିଜ ଇଚ୍ଛାରେ ଡାକ୍ତରଙ୍କ ପରମର୍ଶ ବିନା ପରୀକ୍ଷା କରାଇପାରିବେ ରୋଗୀ । ପୂର୍ବରୁ ଜିଲ୍ଲା ଅଧିକାରୀ ନଚେତ ଡାକ୍ତରଙ୍କ ଅନୁମତି ମିଳିଥିଲେ ହେଁ କୋଭିଡ୍ ଟେଷ୍ଟ କରିବା ନିୟମ ଥିଲା। ସେମାନଙ୍କ ପରାମର୍ଶ ବିନା ଟେଷ୍ଟ କରିବା ନେଇ କାହାକୁ ଅନୁମତି ନ ଥିଲା। ଏଣିକି ଏମିତି ହେବ ନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛନ୍ତି, ଯଦି କେହି ବି କେଉଁଠି ଯାତ୍ରା କରିବାକୁ ଯିବା ପୂର୍ବରୁ ନଚେତ କିଛି ଲକ୍ଷଣ ନ ଥାଇ କୋଭିଡ୍ ପରୀକ୍ଷା କରିବାକୁ ଚାହୁଁଥିବେ ଡାକ୍ତରଙ୍କ ପରାମର୍ଶ ବିନା ଅନ ଡିମାଣ୍ଡ ଟେଷ୍ଟ କରିପାରିବେ।

Comments are closed.