ନୂଆଦିଲ୍ଲୀ: ୨୦୨୦ ନେଇ ବାବା ଭ୍ୟାଙ୍ଗଙ୍କ ଭବିଷ୍ୟବାଣୀ ସତ ହେବାକୁ ଯାଉଛି । ଆଜିକୁ ୮୫ ବର୍ଷ ତଳେ କରିଥିବା ଅନ୍ଧ ଭ୍ୟାଙ୍ଗଙ୍କ ଭବିଷ୍ୟବାଣୀକୁ କୋଭିଡ-୧୯ ମହାମାରୀ ସହ ଯୋଡାଯାଉଛି । ପୂର୍ବରୁ ଧରିତ୍ରୀରେ ଜଳପ୍ରଳୟ, ୟୁରୋପ ଦେଶରେ ମୁସଲିମଙ୍କ ପ୍ରାଧାନ୍ୟ, ମହାମାରୀ ପ୍ରକୋପ ପରି ଭବିଷ୍ୟବାଣୀ ସେ କରିଛନ୍ତି । ୧୯୧୧ରେ ସେ ବୁଲଗେରିଆର ବେଙ୍ଗାଲିୟା ପାଡେବା ଦିମିତ୍ରୋଭା ଜନ୍ମ ଗ୍ରହଣ କରିଥିଲେ ।
୧୨ ବର୍ଷ ବୟସରେ ସେ ଏକ ଝଡତୋଫାନରେ ଦୁଇ ଆଖି ହରାଇଥିଲେ । ୧୯୬୬ରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ପାଖାପାଖି ୧୦୦ ଭବିଷ୍ୟବାଣୀ କରିଥିଲେ । ଏହା ମଧ୍ୟରୁ ଅଧିକାଂଶ ସତ ହେଉଛି । ଏପରିକି ୨୦୨୦ରେ ମହାମାରୀ ହେବ, ଚୀନ ମହାଶକ୍ତି ଭାବେ ଉଭା ହେବ ଏବଂ ଭାରତ, ରୁଷିଆଙ୍କ ପ୍ରାଧାନ୍ୟ ବଢ଼ିବ ବୋଲି ସେ କହିଥିଲେ ।
Comments are closed.