Latest Odisha News

BREAKING NEWS

ଇଜି ଅଫ୍ ଡୁଇଂ ବିଜନେସ୍ ରାଙ୍କିଙ୍ଗ, ସବୁଠୁ ପଛରେ ଓଡ଼ିଶା

ନୂଆଦିଲ୍ଲୀ: ଶନିବାର ପ୍ରକାଶ ପାଇଛି ଇଜି ଅଫ୍ ଡୁଇଂ ବିଜନେସ୍ ରାଙ୍କିଙ୍ଗ । କେନ୍ଦ୍ର ସରକାର ଏହି ତାଲିକା ପ୍ରକାଶ କରିଛନ୍ତି । ତେବେ ଏହି ତାଲିକାର ଟପ୍-୧୦ରେ ନାହିଁ ଓଡ଼ିଶା । ଏହି ତାଲିକାର ସର୍ବଶେଷ ୨୯ ନମ୍ବର ରାଙ୍କିଙ୍ଗରେ ଓଡିଶା ସମେତ ୭ଟି ରାଜ୍ୟ ରହିଛି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର କାରବାର ନେଇ ଏହି ରାଙ୍କିଙ୍ଗ ଜାରି କରାଯାଇଛି । କେଉଁ ରାଜ୍ୟ ବା କେନ୍ଦ୍ର ଶାସିତ ଅଂଚଳରେ କାରବାର କେତେ ସହଜ ଏହି ତାଲିକାରୁ ସ୍ପଷ୍ଟ ହୋଇଛି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ତାଲିକା ଜାରି କରିଛନ୍ତି । ସହଜରେ କାରବାର କରିବାରେ ଆନ୍ଧ୍ର ପ୍ରଦେଶ ପ୍ରଥମ ସ୍ଥାନରେ ରହିଛି । ସେହିପରି ଦ୍ୱିତୀୟ ସ୍ଥାନରେ ଉତ୍ତର ପ୍ରଦେଶ, ତୃତୀୟ ସ୍ଥାନରେ ତେଲେଙ୍ଗାନା, ଚତୁର୍ଥ ସ୍ଥାନରେ ମଧ୍ୟପ୍ରଦେଶ, ପଂଚମରେ ଝାଡଖଣ୍ଡ, ୬ନମ୍ବର ସ୍ଥାନରେ ଛତିଶଗଡ, ସପ୍ତମରେ ହିମାଚଳ ପ୍ରଦେଶ, ଅଷ୍ଟମରେ ରାଜସ୍ଥାନ, ନବମରେ ପଶ୍ଚିମବଙ୍ଗ ଏବଂ ଦାଶମରେ ଗୁଜରାଟ ରହିଛି ।

ସେପଟେ ଗତଥର ତୃତୀୟ ସ୍ଥାନରେ ରହିଥିବା ହରିୟାଣା କିନ୍ତୁ ଏଥର ଟପ୍-୧୦ ଭିତରୁ ବାଦ୍ ପଡିଛି । ନିର୍ମାଣ ପାଇଁ ଅନୁମତି, ଶ୍ରମ ବିନିଯୋଗ, ପରିବେଶ ପଂଜିକରଣ, ଜମି ବଂଟନ ଓ ସିଙ୍ଗିଲ ୱିଣ୍ଡୋ ପ୍ରକଳ୍ପ ଆଦିକୁ ଲକ୍ଷ୍ୟରେ ରଖି ଏହି ରାଙ୍କିଙ୍ଗ ପ୍ରଦାନ କରାଯାଇଛି ।

 

Comments are closed.