ଭୁବନେଶ୍ୱର: ମହିଳାଙ୍କଠାରୁ ଦିନ ଦ୍ୱିପହରେ ଲୁଟ୍ । ସ୍ପଷ୍ଟ ଦିବାଲୋକରେ ମହିଳାଙ୍କୁଠାରୁ ୫ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ । ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଫୁଲନଖର ନିକଟ ତ୍ରିନାଥ ବଜାର ଛକରେ । ଏଠି ଜଣେ ମହିଳା ଲୁଟ୍ର ଶିକାର ହୋଇଛନ୍ତି । ମହିଳାଙ୍କ ସ୍କୁଟିରୁ ବ୍ୟାଗ୍ ସହ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।
ସୂଚନାଯୋଗ୍ୟ ଯେ, ମହିଳା ଜଣକ ପାହାଳ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଯାଇଥିଲେ । ସେଠାରେ ସେ ସ୍କୁଟି ରଖି ଆଉ ଜଣଙ୍କ ସହ କଥା ହେଉଥିଲେ । ଏତିକି ବେଳେ ଜଣେ ବ୍ୟକ୍ତି ପଛରୁ ଆସି ବ୍ୟାଗ୍ ଧରି ଚମ୍ପଟ ମାରିଥିଲେ । ଏହି ପୁରା ଘଟଣାର ଦୃଶ୍ୟ ଏବେ ସିସିଟିଭିରେ କଏଦ୍ ହୋଇଛି । ସେପଟେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ।
Comments are closed.