Latest Odisha News

ଘର ଅଗଣାରୁ ୧୪ ଫୁଟ ଲମ୍ବ ଅହିରାଜ ଉଦ୍ଧାର

ବଡ଼ମ୍ବା: କଟକ ଜିଲ୍ଲା ବଡ଼ମ୍ବା ଅନ୍ତର୍ଗତ ସାନବରସିଂ ଗ୍ରାମର ପ୍ରଭାକର ପ୍ରଧାନଙ୍କ ଘର ଅଗଣାରୁ ଏକ୧୪ ଫୁଟ ଲମ୍ବ ଅହିରାଜ ସାପ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ ସେ କାହାକୁ ଡାକିବା ପୂର୍ବରୁ ସାପଟି ଅଗଣାରେ ପଡିଥିବା ପଥର ଭିତରେ ପଶିଗଲା। ପରେ ଗାଁ ଲୋକ ଏନେଇ ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ।

ବନ କର୍ମଚାରୀ ଘଟଣା ସ୍ଥଳରେ ପହଁଚି ଅହିରାଜ ସାପ ବୋଲି ଚିହ୍ନିଥିଲେ ମଧ୍ୟ ଉଦ୍ଧାର କରିପାରିନଥିଲେ। ପରେ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା।

ସ୍ନେକ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡାଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ ଘଟଣା ସ୍ଥଳରେ ପହଞ୍ଚି ୧୪ ଫୁଟ ଲମ୍ବର ବିରାଟ ଅହିରାଜ ସାପକୁ ଉଦ୍ଧାର କରିଥିଲେ।

ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ଅହିରାଜ ସାପଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ବଡ଼ମ୍ବା ରେଞ୍ଜର ଡେପୁଟି ରେଞ୍ଜର ସରୋଜ କୁମାର ମହାନ୍ତିଙ୍କ ଉପସ୍ଥିତିରେ ତଳ ଚନ୍ଦ୍ରଗିରି ରିଜର୍ଭ ଫରେଷ୍ଟ ରେ ଛାଡି ଦିଆ ଯାଇଥିଲା ।

Leave A Reply

Your email address will not be published.