କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲ ଠାରେ ହୋଇଛି ବିସ୍ଫୋରଣ । ରୁଷର ଦୂତାବାସ ନିକଟରେ ବିସ୍ଫୋରଣଟି ଘଟିଛି। ଏଥିରେ ରୁଷର ୨ ରାଷ୍ଟ୍ରଦୂତଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ ଘଟିଛି। କାବୁଲ ସହରର ଦାରୁଲ ଅମନ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ଏହି ଅଞ୍ଚଳରେ ହିଁ ରୁଷ ଦୂତାବାସ ଅବସ୍ଥିତ।
ANI ରିପୋର୍ଟ ଅନୁଯାୟୀ, ଦିନ ୧୧ ଟା ସମୟରେ କାବୁଲ ସହରର ଦାରୁଲ ଅମନ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ଏହି ଅଞ୍ଚଳରେ ହିଁ ରୁଷ ଦୂତାବାସ ଅବସ୍ଥିତ। ଏପର୍ଯ୍ୟନ୍ତ କେଉଁ ସଂଗଠନ ପକ୍ଷରୁ ବିସ୍ଫୋରଣ କରାଯାଇଥିବାର ସଠିକ ସୂଚନା ମିଳିପାରିନାହିଁ । ରୁଷର ଦୂତାବାସ ବାହାରେ ସୁରକ୍ଷାରେ ଥିବା ତାଲିବାନ ସୁରକ୍ଷାକର୍ମୀ ଆକ୍ରମଣକାରୀଙ୍କୁ ଚିହ୍ନି ଦେଇଥିଲେ। ସେମାନେ ତାକୁ ଗୁଳି ମଧ୍ୟ କରିଥିଲେ। କିନ୍ତୁ ହଠାତ୍ ବିସ୍ଫୋରଣ ହୋଇଥିଲା ।
Comments are closed.