Latest Odisha News

ଭାସ୍କର ଚନ୍ଦ୍ର ପାତ୍ର ହେଲେ ଆସିଏଆର- ଜାତୀୟ ଧାନ ଗବେଷଣା କେନ୍ଦ୍ର ନିର୍ଦ୍ଦେଶକ

ଭୁବନେଶ୍ୱର: ଡ. ଭାସ୍କର ଚନ୍ଦ୍ର ପାତ୍ର ଆଇସିଏଆର- ଜାତୀୟ ଧାନ ଗବେଷଣା କେନ୍ଦ୍ର କଟକର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେପ୍ଟେମ୍ବର ୧ ତାରିଖ ଦିନ ଡ. ପାତ୍ର କାର୍ଯ୍ୟରେ ଯୋଗ ଦେଇଛନ୍ତି ।

ପୂର୍ବତନ ନିର୍ଦ୍ଦେଶିକା ଡ. ପଦ୍ମିନୀ ସ୍ୱାଇଁଙ୍କ ଅବସର ପରେ ଭାସ୍କର ଚନ୍ଦ୍ର ନୂଆ ନିର୍ଦ୍ଦେଶକ ଭାବେ ଯୋଗ ଦେଇଛନ୍ତି ।

ସେ ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର । ଉତ୍କଳ ବିଶ୍ୱବିଦ୍ୟାୟରୁ ତାଙ୍କ ସ୍ନାତୋକତ୍ତର (ଉଦ୍ଭିଦ) ଏବଂ ପିଏଚଡି (ପ୍ଲାଣ୍ଟ ଟ୍ୟାକ୍ସୋନୋମି) ଯଥାକ୍ରମେ ୧୯୮୨ ଏବଂ ୧୯୮୯ରେ ସଂପୂର୍ଣ୍ଣ କରିଛନ୍ତି ।

ସେ ୧୯୮୬ ମସିହାରେ ଅଲ ଇଣ୍ଡିଆ କୃଷି ଅନୁସନ୍ଧାନ ସେବା ପରୀକ୍ଷାରେ ନିଯୁକ୍ତି ପାଇଥିଲେ । ୧୯୯୦ ମସିହାରେ କଟକ ଆଇସିଏଆର- ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ ।

ପରବର୍ତ୍ତୀ ସମୟରେ ତାଙ୍କୁ ୧୯୯୯ ମସିହାରେ ବରିଷ୍ଠ ବୈଜ୍ଞାନିକ ଏବଂ ୨୦୦୭ ମସିହାରେ ପ୍ରଧାନ ବୈଜ୍ଞାନିକ ପଦବୀକୁ ପଦୋନ୍ନତି ମିଳିଥିଲା ।

ଡ. ପାତ୍ର ୧୧ ଜୁନ ୧୯୬୧ ମସିହାରେ ବାଲେଶ୍ୱରର ସହଦେବଖୁଣ୍ଟାରେ ଜନ୍ମଗ୍ରହଣ କରିଥିଲେ । ୧୯୭୬ ମସିହାରେ ମାଟ୍ରିକ୍ ଏବଂ ୧୯୮୦ ମସିହାରେ ବାଲେଶ୍ୱରର ଫକୀର ମୋହନ କଲେଜରୁ ସ୍ନାତକ ହାସଲ କରିଥିଲେ ।

Leave A Reply

Your email address will not be published.