Latest Odisha News

BREAKING NEWS

ରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟାକରି ଫିଙ୍ଗିଦେଇଥିବା ସନ୍ଦେହ

ବରଗଡ: ରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ବରଗଡ ଜିଲ୍ଲା ପାଇକମାଳ ଥାନା ମାଣ୍ଡୋସିଲି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗାଁ ରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ମାଣ୍ଡୋସିଲି ଗାଁର ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ଆଜି ସକାଳେ କିଛି ସ୍ଥାନୀୟ ଲୋକ ରାସ୍ତାରେ ଯାଉଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ପରେ ଖବର ଦେବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ତେବେ ଏହି ଘଟଣା କିପରି ଘଟିଛି ଏବଂ କାହାର ହାତ ଅଛି ସନେଇ କୌଣସି ସୂଚନା ମିଳିନି।

ଅନନ୍ୟପଟେ ମଙ୍ଗବାର ବିଳମ୍ବିତ ରାତିରେ ଯୁବକ ଜଣଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି।

 

Comments are closed.