Latest Odisha News

BREAKING NEWS

ଓଲଟିଲା ଗୋରୁ ବୋଝେଇ କଣ୍ଟେନର, ୪୦ ଗୋରୁଙ୍କ ମୃତ୍ୟୁ

ସୋନପୁର: ଓଲଟିଲା ଗୋରୁ ବିଝେଇ କଣ୍ଟେନର । ଚାଲିଗଲା ୪୦ ଗୋରୁଙ୍କ ଜୀବନ । ସୋନପୁର ଥାନା ବିଶିମୁଣ୍ଡା ଛକରେ ଓଲଟିଛି ଏହି ଗୋରୁ ବୋଝେଇ କଣ୍ଟେନର l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

ସୂଚନା ଅନୁସାରେ, କଣ୍ଟେନରଟି ବଲାଙ୍ଗିର ଜିଲ୍ଲା ବୁର୍ଡା ଛକ ପଟୁ ସୁବର୍ଣ୍ଣପୁର ଜିଲ୍ଲା ଦେଇ ବାହାର ରାଜ୍ୟକୁ ଗୋରୁ ଚାଲାଣ ହେଉଥିବା ବେଳେ ବିଶିମୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା l ଦୁର୍ଘଟଣା ପରେ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । କଣ୍ଟେନରରେ ଥିବା ଗୋରୁଙ୍କ ମଧ୍ୟରୁ ପ୍ରାୟ ୪୦ ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକ ଅନ୍ୟ ଜୀବିତ ଗୋରୁଙ୍କୁ ଉଦ୍ଧାର କରିଛନ୍ତି । ତେବେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖାଦେଇଥିବା ବେଳେ ଖବର ପାଇ ସୋନପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି l

Leave A Reply

Your email address will not be published.