ରାୟଗଡା:ରାୟଗଡାରେ ସିଆରପିଏଫ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟଙ୍କ ଆତ୍ମହତ୍ୟା । ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସୁନୀଲ କୁମାର ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି । ସେ ଚତୁର୍ଥ ବାଟାଲିୟନ ସିଆରପିଏଫ ମୁଖ୍ୟ କାର୍ଯ୍ୟାଳୟରେ ସେକେଣ୍ଡ ଇନ୍ କମାଣ୍ଡାଣ୍ଟ ଭାବେ କାର୍ଯ୍ୟରତ ଥିଲେ । ସୁନୀଲଙ୍କ ଘର ବିହାର ଅଞ୍ଚଳରେ । ତେବେ ସେ ଗତ ଦୁଇ ବର୍ଷ ହେଲା ରାୟଗଡ଼ା ଇନ୍ଦ୍ରାନଗର ସ୍ଥିତ ସିଆରପିଏଫ୍ କ୍ୟାମ୍ପରେ ରହୁଥିଲେ।
ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ଅସ୍ପଷ୍ଟ ରହିଛି । ଅନ୍ୟପକ୍ଷେ ଘଟଣାସ୍ଥଳରେ ରାୟଗଡା ଏସପି ବିବେକାନନ୍ଦ ଶର୍ମା ଓ ପୋଲିସର ତଦନ୍ତ ଜାରି ରହିଛି । ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଆରମ୍ଭ କରି ଦେଇଛି । ଘଟଣା ନେଇ ସିଆରପିଏଫ୍ କିମ୍ବା ପୁଲିସ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ। ଖବର ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
Comments are closed.