Latest Odisha News

BREAKING NEWS

ପୁରା ହେଲା ଦୀର୍ଘ ଦିନର ସ୍ବପ୍ନ : ବ୍ରିଜର ଶିଳାନ୍ୟାସ କଲେ ବିଧାୟକ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୁରା ହୋଇଛି । ବହୁ ପ୍ରତିକ୍ଷିତ ବୀରମହାରାଜପୁର – ମାଣିକପୁର ରାସ୍ତାରେ ହରିହର ଜୋର ଉପରେ ଏକ ସେତୁ ପାଇଁ ଶିଳାନ୍ୟାସ କରିଛନ୍ତି ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା । ଏହାଦ୍ବାରା ପ୍ରାୟ ୫ଟି ପଞ୍ଚାୟତର ହଜାର ହଜାର ଲୋକ ଉପକୃତ ହେବେ ।  ପ୍ରାୟ ୮ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ସେତୁ ୧ ବର୍ଷ ମଧ୍ୟରେ ସାରିବାକୁ ସମୟ ଧାର୍ଯ୍ୟ କରାଯାଇଛି ।

ଏହି ଜୋର ଉପରେ ସେତୁ ନିର୍ମାଣ ପାଇଁ ବିଭିନ୍ନ ସମୟରେ ଲୋକେ ଦାବି କରି ଆସୁଥିଲେ। ତେବେ ଚଳିତ ବର୍ଷ ଏହି ସେତୁ ପାଇଁ ରାଜ୍ୟ ସରକାର ଅର୍ଥ ଯୋଗାଇ ଦେଇଛନ୍ତି । ଏହା ସମ୍ପୂର୍ଣ୍ଣ ହେଲେ ଅଞ୍ଚଳବାସୀଙ୍କ ବହୁ ଦିନର ଆଶା ପୂରଣ ହେବ ବୋଲି ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା କହିଛନ୍ତି ।

Leave A Reply

Your email address will not be published.