Latest Odisha News

ସୁବର୍ଣ୍ଣପୁରରେ ଜମୁଛି କଲାସି ଯାତ୍ରା : ତନ୍ତ୍ରମନ୍ତ୍ର ରୀତିନୀତିରେ ମାଆଙ୍କୁ କରାଯାଏ ଆବାହନ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ଡବଳା ଗାଁରେ ବଡ ଧୂମଧାମ ସହକାରେ ଚାଲିଛି କଲାସି ଯାତ୍ରା । ସନ୍ଧ୍ୟା ହେଲେ ଶହ ଶହ ଭକ୍ତଙ୍କର ସମାଗମ ହେଉଛି  । ଡବଳାଠାରେ ଚାଲିଥିବା ଏହି  ଯାତ୍ରାର ରହିଛି ଭିନ୍ନ ଆକର୍ଷଣ  । କାର୍ତିକ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିଠାରୁ ଆରମ୍ଭ ହୋଇଥାଏ ଏହି ଯାତ୍ରା  ।  କାହିଁ ରାଜା ରାଜୁଡା ଅମଳ ରୁ ଏହି ଯାତ୍ରା ପାଳିତ ହୋଇଆସୁଛି  । ମା ମାହେଶ୍ୱରୀଙ୍କ ଷୋଡଶ ଉପଚାର ସହ ତନ୍ତ୍ର ମନ୍ତ୍ର ବିଦ୍ୟାରେ ମା ଙ୍କୁ ଆବାହନ କରି ନବମୀ ରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏହି ଯାତ୍ରା ହୋଇଥାଏ  ।

ବରୁଆମାନେ ଦଶମୀ ଦିନ ବାବା କପିଳେଶ୍ଵରର ଙ୍କୁ ବରଣ କରି ନିଜ ନିଜ ଗାଁ କୁ ଯାଇ ଏକାଦଶୀ ଦିନ ନିଜ ନିଜ ଗାଁ ପୀଠ ଗୁଡିକରେ ପୂଜା ପାଇଥାନ୍ତି  । ପୌରାଣିକ ତଥ୍ୟ ଅନୁଯାୟୀ  କାର୍ତିକ ମାସ ଦଶମୀ ତିଥି ଦିନ ଦେବାଦେଵୀ ମାନେ ମହାଦେବ ଙ୍କୁ ବରଣ କରିବା ପାଇଁ କୈଳାଶ ପର୍ବତ ଯାଇଥାନ୍ତି  ।  ଡବଳା ଗାଁ ର ମାଁ ମାହେଶ୍ୱରୀ ଦଶମୀ ଦିନ ବାହାରି ବାବା କପିଳେଶ୍ୱର ପୀଠ କୁ ଯାଇ ବାବା ଙ୍କୁ ବରଣ କରିଥାନ୍ତି  ।

ଏକାଦଶୀ ଦିନ ଗାଁରେ ଘଣ୍ଟ, ଢୋଲ , ନିଶାନ ମହୁରୀ ବଜାଇ ବରୁଆ ମାନେ ଗାଁ ପରିକ୍ରମା କରିଥାନ୍ତି  ।  ପରେ ମହାନଦୀକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିଥାନ୍ତି ।  ଭୋରରୁ ଗାଁର ମହିଳା ମାନେ ବରୁଆ ମାନଙ୍କୁ ସ୍ନାନ କରାଇଥାନ୍ତି  । ଏହି ପରମ୍ପରା ରୀତି ନୀତି କାହିଁ ଆବାହନମାନ କାଳରୁ ଚାଲି ଆସୁଛି  ।

Leave A Reply

Your email address will not be published.