Latest Odisha News

ମାଈ ହାତୀର ମୃତଦେହ ମିଳିବା ଘଟଣା: ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ

ବାରିପଦା: ଗାଁ ମଝିରୁ ମାଈ ହାତୀର ମୃତଦେହ ମିଳିବା ଘଟଣା l ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଥିବା ରେଞ୍ଜରଙ୍କ ସୂଚନା l ଗାଁ ମୁହାଁ ହାତୀକୁ ରୋକିବାକୁ ବିଦ୍ୟୁତ ତାର ଲଗାଇଥିଲେ ଗ୍ରାମବାସୀ l ୩ ଦିନ ତଳେ ବିଭିନ୍ନ ସ୍ଥାନରେ ଗ୍ରାମବାସୀ କରେଣ୍ଟ ଲଗାଇଥିଲେ ବୋଲି ସୂଚନା ଦେଇଛନ୍ତି ରେଞ୍ଜର l

ସୂଚନା ଅନୁସାରେ, ଆଜି ସକାଳୁ ବେତନଟୀ ରେଞ୍ଜ ଜାମୁଶୁଳି କୁରାଢିକ ଗାଁରେ ଏକ ହାତୀର ମୃତଦେହ ମିଳିଥିଲା l ବେତନଟୀ ରେଞ୍ଜ ଅଧୀନ ବଡାମପୁର ସେକ୍ସନ ଇଲାକାରେ ୧୧ଟି ବଣୁଆ ହାତୀ ବୁଲୁଥିଲେ। ହାତୀଙ୍କ କବଳରୁ ଗାଁ ପାଖ ଧାନ ଜମିକୁ ସୁରକ୍ଷା ଦେବାକୁ ବେତନଟୀ ବନବିଭାଗ ପକ୍ଷରୁ ରାତି ତମାମ ପେଟ୍ରୋଲିଂ ଚାଲିଥିଲା l ସେପଟେ କିନ୍ତୁ ଗ୍ରାମବାସୀଙ୍କ ଦ୍ୱାରା ବିଛା ହୋଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈ ହାତୀଟିର ମୃତ୍ୟୁ ଘଟିଥିଲା । ରାମ ହେମ୍ବ୍ରମଙ୍କ ଜମିରେ ମାଈ ହାତୀର ମୃତଦେହ ପଡି ରହିଥିବା ବେଳେ ମୃତ ହାତୀକୁ ଦେଖିବାକୁ ଲୋକଙ୍କ ଗହଳି ଲାଗିଥିଲା । ମୃତ ମାଈ ହାତୀର ଶୁଣ୍ଢରେ ବିଦ୍ୟୁତ ତାର ଅଦ୍ୟାବଧି ଲାଗି ରହିଥିବାର ଦେଖିବାକୁ ମିଳିଥିଲା । ସୂଚନାପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ପରେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଥିଲା l

Comments are closed.