Latest Odisha News

BREAKING NEWS

ଲଢୁଆ ବିମାନ ରାଫେଲ୍ ଉଡାଇବେ ବାୟୁସେନାର ମହିଳା ପାଇଲଟ୍‌!

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଲଢୁଆ ରାଫେଲ୍ ବିମାନ ଉଡାଇବେ ବାୟୁସେନାର ମହିଳା ପାଇଲଟ୍ । ବାୟୁସେନାର ଜଣେ ମହିଳା ପାଇଲଟ୍ ‘ଗୋଲଡେନ୍ ଏରୋ’ ସ୍କ୍ୱାର୍ଡନରେ ସାମିଲ ହେବାକୁ ଯାଉଛନ୍ତି ।

ମହିଳା ପାଇଲଟ ଜଣକ ରାଫେଲ୍ ବିମାନ ଉଡାଇବା ଲାଗି ଟ୍ରେନିଂ ନେଉଥିବା ନେଇ ସୋମବାର ଦିନ ସୁତ୍ରରୁ ପ୍ରକାଶ । ଏହା ପୂର୍ବରୁ ସେ ମିଗ୍‌-୨୧ ଲଢୁଆ ବିମାନ ଉଡାଉଥିଲେ । ରାଫେଲ୍ ଫ୍ଲିଟ୍ ପାଇଁ ଆନ୍ତରିକ ଚୟନ ପ୍ରକ୍ରିୟା ଦ୍ୱାରା ସମ୍ପୃକ୍ତ ପାଇଲଟଙ୍କୁ ଚୟନ କରାଯାଇଥିଲା ।

କେନ୍ଦ୍ର ସରକାର ଗତ ଶନିବାର ଦିନ ରାଜ୍ୟ ସଭାରେ କହିଥିଲେ ଯେ ୨୦୨୦ ମସିହା ସେପ୍ଟେମ୍ବର ମାସ ଆରମ୍ଭ ସୁଦ୍ଧା ଭାରତୀୟ ବାୟୁସେନାରେ ମହିଳା ଅଧିକାରୀଙ୍କ ସଂଖ୍ୟା ୧,୮୭୫ ରହିଛି । ଯେଉଁଥିରେ ୧୦ ମହିଳା ଅଧିକାରୀ ଫାଇଟର ପାଇଲଟ୍ ରହିଛନ୍ତି । ଏହାଛଡା ୧୮ ମହିଳା ଅଧିକାରୀ ନେବିଗେଟର ଭାବେ ରହିଛନ୍ତି ।

ଗତ ବର୍ଷ ସେପ୍ଟେମ୍ବର ୧୦ ତାରିଖରେ ବାୟୁସେନାର ‘ଗୋଲଡେନ୍ ଏରୋ’ ସ୍କ୍ୱାର୍ଡନର ପୁନର୍ଗଠନ କରାଯାଇଥିଲା ।

Comments are closed.