Latest Odisha News

BREAKING NEWS

ଏମିତି ଫୁଲ, ଯାହା ଦେଖିବାକୁ ମଣିଷ ଓଠ ପରି

କେପ୍‌ଟାଉନ: ଭଗବାନଙ୍କ ସୃଷ୍ଟି ବଡ଼ ବିଚିତ୍ର। ଏହି ବିଚିତ୍ର ସୃଷ୍ଟି ଭିତରେ ବେଳେ ବେଳେ ମଣିଷ ସାମ୍ନାକୁ ଚାଲିଆସେ ଏଭଳି କିଛି ସୃଷ୍ଟି ଯାହାକୁ ମଣିଷ ବୁଝିବାକୁ ସମୟ ଲାଗିଯାଏ। ପ୍ରକୃତିର ଏହି ବିଚିତ୍ର ସୃଷ୍ଟିର ଉଦ୍ୟମ ହେଲା ହୁକର ପ୍ଲାଣ୍ଟ। ଏପରି ଏକ ଗଛ ଅଛି, ଯାହା ଦେଖିବାକୁ ସମ୍ପୂର୍ଣ୍ଣ ଭାବେ ମଣିଷଙ୍କ ଓଠ ସଦୃଶ । ଏହି ଗଛରେ ଯାହା ଫୁଲ ହୁଏ, ତାହା ମଣିଷଙ୍କ ଓଠ ପରି ହୋଇଥାଏ, ଯାହାକୁ ହୁକର ପ୍ଲାଣ୍ଟ କୁହାଯାଏ ।

ଏହାର ବୈଜ୍ଞାନିକ ନାମ ସାଇକୋଟରିଆ ଇଲାଟା । ଦେଖିବାକୁ ମଣିଷଙ୍କ ଲାଲ ରଙ୍ଗର ଓଠ ସଦୃଶ । ଏହି ଗଛ ଅନେକ ଚଢ଼େଇଙ୍କୁ ନିଜଆଡ଼କୁ ଆକର୍ଷିତ କରିଥାଏ । ସବୁଠାରୁ ବଡ଼କଥା ହେଲା ଏପରି ଗଛ ଦକ୍ଷିଣ ଆଫ୍ରିକା ଏବଂ ମଧ୍ୟ ଆଫ୍ରିକା ଅଞ୍ଚଳରେ ଦେଖିବାକୁ ମିଳିଥାଏ ।

ଏବେ ସୋସିଆଲ ମିଡ଼ିଆରେ ଏହାର ଫଟୋ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଯିଏ ଦେଖୁଛନ୍ତି ନିଶ୍ଚିତ ଭାବରେ କମେଣ୍ଟ ରଖିବାକୁ ଆଗ୍ରହୀ ହେଉଛନ୍ତି। ଏଥିରେ ଲୋକେ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି ।

Comments are closed.