Latest Odisha News

BREAKING NEWS

ସାମାନ୍ୟ ବଚସାରୁ ପିଲାଦିନର ସାଙ୍ଗକୁ ହତ୍ୟା କଲା ସାଙ୍ଗ

ସମ୍ବଲପୁର: କାଳ ହେଲା ମଦ ନିଶା। ମଦ ନିଶାରେ ପିଲାଦିନ ସାଙ୍ଗର ଜୀବନ ନେଲା ସାଙ୍ଗ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ମଙ୍ଗଳପୁର ଗାଁରେ।

ସୂଚନାନୁସାରେ ସ୍ଥାନୀୟ ମଙ୍ଗଳପୁର ଗାଁର ଗେନ୍ଦ୍ରା କୁଜୁର ଓ ଭୀମ ନାଏକ ନାମକ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ପିଲାଦିନରୁ ଘନିଷ୍ଠ ବନ୍ଧୁତା ରହି ଆସିଥିଲା। ଜଣଙ୍କ ବୟସ ୬୯ ହୋଇଥିବାବେଳେ ଅନ୍ୟ ଜଣଙ୍କ ବୟସ ୬୮ ବର୍ଷ।

ମାତ୍ର ସେମାନଙ୍କ ପାଇଁ କାଳ ସାଜିଲା ମଦ ନିଶା। ମଙ୍ଗଳବାର ଦିନ ଉଭୟ ବସି ମଦ ପିଉଥିଲେ। କୌଣସି ଏକ କଥାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତେବେ ମଦ ନିଶାରେ ଭୀମ ଏକ ଶାବଳରେ ଗେନ୍ଦ୍ରାଙ୍କୁ ପିଟିଥିଲେ। ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଗେନ୍ଦ୍ରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ କିସିଣ୍ଡା ପୋଲିସ ଭୀମକୁ ଅଟକ ରଖି ପଚରାଉଚୁରା ଜାରି ରଖିଥିବା ସୂଚନା ରହିଛି

Leave A Reply

Your email address will not be published.