Latest Odisha News

BREAKING NEWS

ଏ କି ପ୍ରେମ! ପ୍ରେମିକର ମୃତ୍ୟୁ ଖବର ଶୁଣି ନଦୀକୁ ଡେଇଁଲେ ଯୁବତୀ

ଜଗତସିଂହପୁର: ପୋଲ ଉପରୁ ମହାନଦୀକୁ ଡେଇଁ ଯୁବତୀ ନିଖୋଜ। ଜଗତସିଂହପୁର ତିର୍ତ୍ତୋଲ ଥାନା ତାରତୋଲଠାରେ ମହାନଦୀକୁ ଡେଇଁଲେ ଯୁବତୀ। ପ୍ରେମିକର ମୃତ୍ୟୁ ଖବର ଶୁଣି ନଦୀକୁ ଡେଇଁଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ଆଜି ତାରତୋଲ ଗାଁ ଆମ୍ବତୋଟାରୁ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିଥିଲା।

ମିଳିଥିବା ସୂଚନା ଅନୁସାରେ, ଉଭୟ ଯୁବକ ଓ ଯୁବତୀ ପରସ୍ପର ଭଲପାଉଥିଲେ। ଉଭୟ ହେଉଛନ୍ତି କଲେଜ ଛାତ୍ରଛାତ୍ରୀ। କୌଣସି କାରଣରୁ ଜଗତସିଂହପୁର ଅଞ୍ଚଳର ପ୍ରେମିକ ଜଣକ ଆତ୍ମହତ୍ୟା କରିଥିଲେ। ଆଜି ଗାଁ ଆମ୍ବତୋଟାରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କର ମୃତଦେହ ମିଳିଥିଲା। ଏହି ଖବର ପାଇବା ପରେ ପ୍ରେମିକା ଜଣକ ମଧ୍ୟ ପୂର୍ବାହ୍ନ​‌ରେ ତାରତୋଲ ନିକଟ ମହାନଦୀକୁ ଡେଇଁ ପଡ଼ିଥିଲେ।

ସ୍ଥାନୀୟ ଳୋକଙ୍କଠାରୁ ସୂଚନା ପାଇ ପୁଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦମକଳ ବାହିନୀ ପକ୍ଷରୁ ମହାନଦୀରେ ଛାତ୍ରୀ ଜଣଙ୍କୁ ଖୋଜାଖୋଜି କରାଯାଉଥିବା ସୂଚନା ମିଳିଛି। ପ୍ରେମିକା ଜଣକ ହତୋତ୍ସାହିତ ହୋଇ ଏଭଳି ନିଷ୍ପତ୍ତି ନେଇଥିବା ଗାଁ ଲୋକେ କହୁଛନ୍ତି।

 

Comments are closed.