ଭୁବନେଶ୍ବର: ଆଜି ଆଧୁନିକ ଓଡ଼ିଶାର ନିର୍ମାତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶତବାର୍ଷିକୀ ସମାରୋହ । ଆଧୁନିକ ଓଡ଼ିଶାର ନିର୍ମାତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶତବାର୍ଷିକୀ ସମାରୋହ ଉଦଘାଟିତ ହୋଇଛି। ଭୁବନେଶ୍ବର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ହୋଇଥିଲା ବିଶାଳ ସମାରୋହ । ଯେଉଁଥିରେ ଯୋଗ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ନେତୃବୃନ୍ଦ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଭାରେ ଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।
ଏହି ବିଶାଳ ସମାରୋହରେ ପିସିସି ସଭାପତି ଭକ୍ତ ଦାସ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବୀରପ୍ପା ମୋଇଲି, ରାଜ୍ୟସଭା ସଦସ୍ୟ ରଣଦୀପ ସୁର୍ଜେୱାଲା, କୋରାପୁଟ ସାଂସଦ ସପ୍ତଗିରି ଉଳ୍ଲାକା, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ନେତା ନରସିଂହ ମିଶ୍ର, ପ୍ରସନ୍ନ ପାଟ୍ଟଶାହାଣି ଓ ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଉପରେ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ଆଜିଠୁ ଆସନ୍ତା ବର୍ଷ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତି ଆୟୋଜନ ହେବ ବିଭିନ୍ନ କାର୍ଯ୍ୟକ୍ରମ ।
ଓଡ଼ିଶାର ରାଜନୈତିକ, ସାମାଜିକ ଏବଂ ସାଂସ୍କୃତିକ ଇତିହାସରେ ଜାନକୀ ବଲ୍ଲଭଙ୍କ ସ୍ଥାନ ସ୍ୱତନ୍ତ୍ର । ୧୯୨୭ ମସିହା ଜାନୁଆରି ୩ ତାରିଖରେ ଜନ୍ମଗ୍ରହଣ କରିଥିବା ଏହି ମହାନ ଜନନାୟକ ନିଜର ଦୂରଦର୍ଶୀ ଚିନ୍ତାଧାରା ଓ କର୍ମନିପୁଣତା ଯୋଗୁଁ ଓଡ଼ିଶାକୁ ଏକ ନୂଆ ପରିଚୟ ଦେଇଥିଲେ।