Latest Odisha News

BREAKING NEWS

ଦୁଷ୍କର୍ମ ଅଭିଯୁକ୍ତଙ୍କ ଠାରୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ମହିଳା ଏସଆଇ

ଅହମଦାବାଦ: ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଖସାଇଦେବା ପାଇଁ ୩୫ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଜଣେ ଗିରଫ ହୋଇଛନ୍ତି ଜଣେ ମହିଳା ପୋଲିସ ଅଧିକାରୀ । ଗିରଫ ପରେ ମହିଳା ଏସ୍ଆଇଙ୍କୁ କୋର୍ଟ ଚାଲାଣ କରାଯାଇଥିଲା

ମିଳିଥିବା ସୂଚନାନୁସାରେ, ଗୁଜୁରାଟର ଅହମଦାବାଦ ମହିଳା ପୋଲିସ ଥାନାର ଇନଚାର୍ଜ ଏସ୍ଆଇ ଶ୍ୱେତା ଜଡ଼େଜାଙ୍କ ନାଁରେ ଲାଞ୍ଚ ନେଉଥିବା ନେଇ ଅଭିଯୋଗ ହୋଇଛି ।
ଶ୍ୱେତା ଜଡ଼େଜା ଦୁଷ୍କର୍ମ ଅପରାଧୀଙ୍କ ଠାରୁ ୩୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଏଫଆଇଆର୍ ଅନୁଯାୟୀ, ଅହମଦାବାଦ ସ୍ଥିତ ଏକ ଘରୋଇ କମ୍ପାନୀର ଦୁଇ ଜଣ ମହିଳା ପ୍ରବନ୍ଧନ ନିର୍ଦ୍ଦେଶକ କେନଲ ଶାହଙ୍କ ବିରୋଧରେ ଦୁଷ୍କର୍ମ ନେଇ ଅଭିଯୋଗ କରିଥିଲେ । ଏହି ମାମଲାରେ କମ୍ପାନୀର ସୁରକ୍ଷା ଅଧିକାରୀ ଅହମଦାବାଦ ସାଟେଲାଇଟ୍ ଥାନାରେ ଅଭିଯୋଗ କରିଥିଲେ । ଏହା ଉପରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଛି ।
ତଦନ୍ତରୁ ଜଣାପଡ଼ିଛି ମହିଳା ଏସ୍ଆଇ ଶ୍ୱେତା ୩୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଲାଞ୍ଚ ନଦେଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେଇଥିଲେ । ତେବେ ଏହାର ଅଭିଯୋଗ ପରେ ପୋଲିସର ଏହାର ସତ୍ୟାସତ୍ୟ ଯାଞ୍ଚ କରିଥିଲା ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରି ଏସ୍ଆଇ ଶ୍ୱେତାଙ୍କ ବିରୋଧରେ ମାମଲା ରୁଜୁ କରିଛି ।

Leave A Reply

Your email address will not be published.