Latest Odisha News

BREAKING NEWS

ତୁଙ୍ଗିମ ମନୋଜ : ଜୀବନାୟନ ଓ ସାହିତ୍ୟାୟନ ସାରସ୍ୱତ ଆସର

ଭୁବନେଶ୍ୱର : ବିଶିଷ୍ଟ ସାରସ୍ୱତ ସାଧକ ମନୋଜ ଦାସଙ୍କର ଦ୍ଵିତୀୟ ଶ୍ରାଦ୍ଧ ଦିବସ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଏକାଡେମୀର ଉପ-ସଭାପତି ସଂଗ୍ରାମ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକାଡେମୀ ଦ୍ୱାରା ପ୍ରକାଶିତ ପୁସ୍ତକ ‘ଅମୂଲ୍ୟକୃଷ୍ଣ ମିଶ୍ର’ ଉନ୍ମୋଚିତ ହୋଇଥିଲା । ଏହା ସହ ଅତିଥିମାନଙ୍କୁ ଏକାଡେମୀ ସମ୍ପାଦିତ ମନୋଜ ଦାସଙ୍କ ଉପରେ ପ୍ରକାଶିତ ‘କୋଣାର୍କ’ ପତ୍ରିକା ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ “ତୁଙ୍ଗିମ ମନୋଜ : ଜୀବନାୟନ ଓ ସାହିତ୍ୟାୟନ’ ଶୀର୍ଷକରେ ଏକ ଆଲୋଚନା ଚକ୍ର ଆୟୋଜିତ କରାଯାଇଥିଲା ।

ଏକାଡେମୀର ଉପସଭାପତି ସଂଗ୍ରାମ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାରସ୍ୱତ ଆସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ରଞ୍ଜନ କୁମାର ଦାସ ଉଦଘାଟକ, ବିଶିଷ୍ଟ ସ୍ତମ୍ଭକାର ରାଜେନ୍ଦ୍ର ନାରାୟଣ ଦାସ ମୁଖ୍ୟ ଅତିଥି, ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାସ ବରେଣ୍ୟ ଅତିଥି, ଦେବୀପ୍ରସନ୍ନ ପଟ୍ଟନାୟକ ସମ୍ମାନିତ ଅତିଥି, ଏକାଡେମୀର କାର୍ଯ୍ୟକାରୀ ପରିଷଦ ସଦସ୍ୟା ଶୁଭଶ୍ରୀ ଲେଙ୍କା ପ୍ରମୁଖ ଯୋଗ ଦେଇ ମନୋଜ ଦାସଙ୍କ ଜୀବନୀ ସାହିତ୍ୟ ଓ ବହୁମୁଖୀ ପ୍ରତିଭା ଉପରେ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏକାଡେମୀର ସଚିବ ତଥା ବିଶିଷ୍ଟ ଗାଳ୍ପିକ ପ୍ରବୋଧ କୁମାର ରାଉତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ‘ସ୍ୱରାଞ୍ଜଳି’ ସଂସ୍ଥା ପକ୍ଷରୁ ଗୁରୁ ବିନୟ ଦାସ, ମମତା କବି ଓ ସାଥିଙ୍କ ଦ୍ୱାରା ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା । ପରି ଶେଷରେ ଏକାଡେମୀର
ଉପବିଭାଗ ଅଧିକାରୀ ସଞ୍ଜୟ କୁମାର ଛୁଆଳ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.