Latest Odisha News

BREAKING NEWS

ବଲାଙ୍ଗୀରରେ ଭୟଙ୍କର ବିସ୍ଫୋରଣ

ବଲାଙ୍ଗୀର:ବଡ଼ମାଳସ୍ଥିତ ଗୋଳାବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ତେବେ ଏହି ଘଟଣା ମୃତାହତକୁ ନେଇ କୌଣସି ସଠିକ ସୂଚନା ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିପାରିନାହିଁ। ସେପଟେ ବିସ୍ଫୋରଣ ପରେ କାରଖାନା ଚାରିପଟେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଘଟଣାସ୍ଥଳରେ ଦମକଳ ଗାଡି ସହିତ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚିଛି ।

ସୂଚନା ମୁତାବକ, ସନ୍ଧ୍ୟା ସମୟରେ କାରଖାନାର ୧୨ ନମ୍ୱର ମେଗାଜିନ୍‌ ଷ୍ଟୋର ରୁମ୍‌ରେ ବିସ୍ଫୋରଣ ହୋଇଛି । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ବିସ୍ଫୋରଣରେ ଏକାଧିକ ଥର ଭୟଙ୍କର ଶବ୍ଦ ହେବା ସହ ଖୁବ୍ ଉପରକୁ ନିଆଁର ଧାସ ଦେଖାଯାଇଥିଲା। କିପରି ଏହି ବିସ୍ଫୋରଣ ଘଟିଲା ସେନେଇ କୌଣସି ପ୍ରତିକ୍ରିୟା ଆସିନାହିଁ । ଘଟଣା ସମ୍ପର୍କରେ ପୋଲିସ ନିକଟରେ ମଧ୍ୟ ଖବର ପହଞ୍ଚିଛି ।

Leave A Reply

Your email address will not be published.