Latest Odisha News

BREAKING NEWS

ବଡ ଦୁର୍ଘଟଣାରୁ ବର୍ତ୍ତିଲା ପୁରୀ-ଋଷକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ

ପୁରୀ : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ପୁରୀ-ଋଷକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ । ଛତିଶଗଡର ବିଳାସପୁର ଜଙ୍କସନଠାରୁ ମାତ୍ର ଅଳ୍ପ ଦୂରରେ ଏଭଳି ଘଟଣା ଘଟିଛି । ଏକ ଯାତ୍ରୀବାହୀ ଟ୍ରେନ୍ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ସହ ମୁହାଁମୁହିଁ ଧକ୍କା ହୋଇଥାନ୍ତା  ।  ହେଲେ  ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଦୁର୍ଘଟଣା ଟଳିଯାଇଛି ।

ଆଜି ପ୍ରାୟ ୫.୧୫ରେ ଏହି ଘଟଣା ଘଟିଛି  ।  ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ଆସୁଥିଲା । ତେବେ ୫୦ରୁ ୧୦୦ ମିଟର ଦୂରରେ ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ଭୟରେ କିଛି ସମୟ ପାଇଁ ଯାତ୍ରୀମାନେ ଓହ୍ଲାଇପଡିଥିଲେ । ଏଥିରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । ସମସ୍ତ  ଯାତ୍ରୀ ସୁରକ୍ଷିତ ଅଛନ୍ତି । ପ୍ରାୟ ୧ ଘଣ୍ଟା ପରେ ଟ୍ରେନଟି ଋଷିକେଶ ଅଭିମୁଖେ ଯାତ୍ରା କରିଛି ।

Leave A Reply

Your email address will not be published.