ସୁବର୍ଣ୍ଣପୁର: ସହରର ବଡବଜାର ଅଞ୍ଚଳର ଜଣେ ବିବାହିତ ମହିଳାଙ୍କୁ ବ୍ଲାକମେଲିଂ କରି ଟଙ୍କା ମାଗିବା ଅଭିଯୋଗରେ ଜଣକୁ ଗିରଫ କଲା ସୋନପୁର ପୋଲିସ। ଅଶ୍ଳୀଳ ଭିଡ଼ିଓ ମାଧ୍ୟମରେ ବ୍ଲାକମେଲିଂ କରି ପ୍ରାୟ ୩ ଲକ୍ଷ ୭୮ ହଜାର ଟଙ୍କା ନେଇଥିଲା ଅଭିଯୁକ୍ତ। ଏହାସହ ମହିଳାଙ୍କୁ ବ୍ଲାକମେଲିଂ କରି ଶାରୀରିକ ସମ୍ପର୍କ ରଖିବାକୁ କହିଥିଲା ଅଭିଯୁକ୍ତ।
ସୂଚନା ଅନୂସାରେ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିବାକୁ ଧମକ ଦେଇ ଲକ୍ଷାଧିକ ଟଙ୍କା ନେଇଥିଲା ଅଭିଯୁକ୍ତି। ଏନେଇ ମହିଳା ଜଣକ ନିଜ ସ୍ୱାମୀଙ୍କୁ ଜଣାଇଥିଲେ। ତାଙ୍କ ସ୍ୱାମୀ ମଧ୍ୟ ଭୟରେ ଅଭିଯୁକ୍ତଙ୍କୁ ବିଭିନ୍ନ କିସ୍ଥିରେ ଫୋନ୍ ପେ ମାଧ୍ୟମରେ ଟଙ୍କା ଦେଇଥିଲେ। ତେବେ ବୁଧବାର ପୀଡ଼ିତା ମହିଳା ଜଣକ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସୋନପୁର ପୋଲିସ ଏନେଇ କେସ ନଂ ୨୦୨/୨୦୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତକୁ ଟିଟିଲାଗଡରୁ ଗିରଫ କରିଥିବା ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ। ଅଭିଯୁକ୍ତ ଜଣକ ଛତିଶଗଡ଼ର ବାଗବରା ଥାନା ଅଞ୍ଚଳର ଯୋଗିନ୍ଦ୍ର ସୋନି ବୋଲି ଜଣାପଡ଼ିଛି।
Comments are closed.