Latest Odisha News

BREAKING NEWS

କାର ଡ୍ରାଇଭ କରୁଥିବା ବେଳେ ଅଚେତ ହୋଇପଡିଲେ ମହିଳା, ଆସନ୍ତୁ ଜାଣିବା କିପରି ତାଙ୍କୁ ଜଣେ ଯୁବକ ବଂଚାଇଲେ

ଆର୍ଷ୍ଟଡମ:ନେଦରଲାଣ୍ଡରେ ଜଣେ ମହିଳା ନନସ୍ପିଟ କାର ଚଳାଉଥିବା ବେଳେ ହଠାତ ଅଚେତ ହୋଇ ପଡିଥିଲେ । ଫଳରେ କାରଟି ଅନିୟନ୍ତ୍ରିତ ହୋଇ ରାସ୍ତାରୁ ତଳକୁ ଖସିବାକୁ ଯାଉଥିଲା । ସେ ସମୟରେ ଦେବଦୂତ ପରି ହେନେରୀ ଟେମରମ୍ୟାନ ନାମକ ଜଣେ ଯୁବକ ପଂହଚିଥିଲେ । ସେ କୌଣସି ଉପାୟ ନ ପାଇଁ ମହିଳାଙ୍କ ଚାଲୁଥିବା କାର ଆଗରେ ନିଜ କାର ରଖି ଦେଇଥିଲେ । ମହିଳାଙ୍କ କାର ଅଟକି ଯାଇଥିଲା, ମାତ୍ର ହେନେରୀଙ୍କ କାର ପ୍ରଚୁରମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା ।

ସେ ମହିଳାଙ୍କୁ କାର ଭିତରୁ ବାହାର କରିବା ସହ ଆମ୍ବୁଲାନ୍ସ ଡକାଇ ଡାକ୍ତରଖାନା ପଠାଇଥିଲେ । ସେଠାରେ ଲୋ ବ୍ଲଡପ୍ରେସର ଯୋଗୁ ମହିଳାଜଣଙ୍କ ଅଚେତ ହୋଇ ପଡିଥିବା ଜଣା ପଡିଥିଲା । ପୋଲିସ ୨ଟି ଯାକ କାର ଜବତ କରିଥିଲା । ହେନେରୀଙ୍କୁ ଆଉ ଜଣେ କାରଚାଳକ ଘରେ ପଂହଚାଇଥିଲେ ।

Comments are closed.